www.samajalive.in
Sunday, December 7, 2025
26.1 C
Bhubaneswar

ଯୌତୁକ ଯନ୍ତ୍ରଣାରୁ ବଳିଗଲା କରୋନା ନିର୍ଯାତନା : ବନ୍ଧା ହେଲେ ସ୍ବାମୀ ଓ ଶ୍ବଶୁର

ନବରଙ୍ଗପୁର : ଯୌତୁକ ନିର୍ଯାତନା ପରେ ଏବେ କରୋନା ନିର୍ଯାତନା ରାଜ୍ୟରେ ଚହଳ ସୃଷ୍ଟି କରିଛି। ମାତ୍ର ୧୨ ଦିନର ଜଣେ ବୋହୂ କରୋନା ସନ୍ଦେହରେ ନିର୍ଯାତନାର ଶିକାର ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି। ନବରଙ୍ଗପୁର ଉମରକୋଟ ଥାନା ଅନ୍ତର୍ଗତ ୟୁଭି-୩ ସନ୍ତୋଷୀନଗର ଅଞ୍ଚଳରୁ ଏହି ଅଭିଯୋଗ ଆସିଛି। ଅକଥନୀୟ ନିର୍ଯାତନା ଅଭିଯୋଗରେ ସ୍ବାମୀ ଓ ଶ୍ବଶୁର ବନ୍ଧା ହୋଇଛନ୍ତି।

ଅଭିଯୋଗ ଅନୁଯାୟୀ, ବାରମ୍ବାର ଛିଙ୍କିବାରୁ କରୋନା ହୋଇଛି ବୋଲି କହି ବୋହୂକୁ ଶାଶୁଘର ଲୋକ ଗାଳି କରୁଥିଲେ। ଏପରିକି ଖାଇବାକୁ ନ ଦେଇ ତଳେ ଶୋଇବାକୁ ସେମାନେ କହୁଥିଲେ ବୋଲି ନବବଧୂ ଜଣକ ଅଭିଯୋଗ କରିଛନ୍ତି। ଏହା ସହ ସେମାନେ ତାଙ୍କୁ ଯୌତୁକ ନିର୍ଯାତନା ମଧ୍ୟ ଦେଉଥିଲେ। ଅସହ୍ୟ ମାନସିକ ଯନ୍ତ୍ରଣାରୁ ସେ ଥାନାରେ ଏତଲା ଦେଇଛନ୍ତି ବୋଲି ପୀଡିତା କହିଛନ୍ତି।

- Advertisement -

ତେବେ ଏନେଇ ନବବିବାହିତାଙ୍କ ସ୍ବାମୀ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଭୁଲ୍ ବୁଝାମଣାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଆମ ପଟରୁ ଅଳ୍ପ କିଛି ଭୁଲ୍ ହୋଇଥିଲା। ସେଥିପାଇଁ ମୁଁ ଦୁଃଖିତ। ଏହା ସହ ସେ ଭୁଲ୍ ମଧ୍ୟ ମାଗିଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories