www.samajalive.in
Monday, December 15, 2025
27.1 C
Bhubaneswar

ମାଇକ୍ରୋସଫ୍ଟ ନିର୍ଦେଶକ ମଣ୍ଡଳୀରୁ ବିଲ୍‌ ଗେଟ୍‌ସଙ୍କ ଇସ୍ତଫା, ଜାଣନ୍ତୁ କ’ଣ ରହିଛି କାରଣ ?

ୱାଶିଂଟନ: ମାଇକ୍ରୋସଫ୍ଟର ସହପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ କମ୍ପାନୀର ନିର୍ଦେଶକ ମଣ୍ଡଳୀରୁ ଇସ୍ତଫା ଦେଇଛନ୍ତି। ସାମାଜିକ କାର୍ଯ୍ୟ ପାଇଁ ଅଧିକ ସମୟ ଦେବା ଲାଗି ସେ ଇସ୍ତଫା ଦେଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ତେବେ ସେ କମ୍ପାନୀରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟ ନାଡେଲା ଏବଂ ଅନ୍ୟ ଅଧିକାରୀମାନଙ୍କର ପ୍ରଯୁକ୍ତିବିଦ୍ୟା ପରାମର୍ଶଦାତା ଭାବେ କାର୍ଯ୍ୟ ଜାରି କରିବେ।

ବିଲ୍‌ ଗେଟ୍‌ସଙ୍କ ଇସ୍ତଫା ପରେ କମ୍ପାନୀର ସିଇଓ ସତ୍ୟ ନାଡେଲା କହିଛନ୍ତି ଯେ, ଗେଟ୍‌ସଙ୍କ ସହିତ କାମ କରିବା ଅତ୍ୟନ୍ତ ସମ୍ମାନ ଏବଂ ସୌଭାଗ୍ୟର ବିଷୟ। ମୁଁ ତାଙ୍କ ସହିତ ବର୍ଷ ବର୍ଷ ଧରି କାମ କରିଛି ଏବଂ ବହୁତ କିଛି ଶିଖିଛି। ଗେଟ୍‌ସ ସମାଜରେ ଦେଖାଦେଉଥିବା ବିଭିନ୍ନ ଚାଲେଞ୍ଜର ସାମ୍ନା କରିବା ଲାଗି ଏହି କମ୍ପାନୀ ପ୍ରତିଷ୍ଠା କରିଛନ୍ତି। ସୂଚନାଯୋଗ୍ୟ, ବିଲ୍‌ ଗେଟ୍‌ସ ୧୯୭୫ରେ ପଲ୍‌ ଏଲେନ ସହିତ ମାଇକ୍ରୋସଫ୍ଟ କମ୍ପାନୀର ସ୍ଥାପନା କରିଥିଲେ। ୨୦୦୦ ମସିହା ପର୍ଯ୍ୟନ୍ତ ସେ ନିଜେ କମ୍ପାନୀର ସିଇଓ ପଦବୀରେ ରହିଥିଲେ।

Hot this week

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

Related Articles

Popular Categories