www.samajalive.in
Wednesday, December 10, 2025
23.1 C
Bhubaneswar

ଆସନ୍ତାକାଲି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ : ଜାଣନ୍ତୁ ଦିନିକିଆରେ କାହାର ପଲ୍ଲା ଭାରି

ଧର୍ମଶାଳା : ଆସନ୍ତାକାଲି(ଗୁରୁବାର) ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ। ଏହି ମ୍ୟାଚ୍ ଅପରାହ୍ଣ ୧.୩୦ରେ ହିମାଚଳ ପ୍ରଦେଶର ଧର୍ମଶାଳାରେ ଖେଳାଯିବ। ନ୍ୟୁଜିଲ୍ୟାଣ୍ଡଠାରୁ ଉଭୟ ଦିନିକିଆ ଓ ଟେଷ୍ଟ ସିରିଜ୍‌ରେ ପରାସ୍ତ ହେବାପରେ ବିରାଟ ବାହୀନ ଆସନ୍ତାକାଲି ମ୍ୟାଚ ଜିତି ବିଜୟ ଅଭିଯାନରୁ ସିରିଜ ଆରମ୍ଭ କରିବାକୁ ଚାହିଁବ।
ଏପର୍ଯ୍ୟନ୍ତ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍
ମୋଟ ମ୍ୟାଚ୍: ୮୪ଟି
ଭାରତ ବିଜୟୀ: ୩୫ଟି
ଦକ୍ଷିଣ ଆଫ୍ରିକା ବିଜୟୀ: ୪୬ଟି
ଟାଇ:୦୩
ସେହିଭଳି ଉଭୟ ଦଳ ଭାରତରେ ଏପର୍ଯ୍ୟନ୍ତ ୫୧ଟି ମ୍ୟାଚ୍ ଖେଳିଛନ୍ତି। ଯେଉଁଥିରୁ ଭାରତ ୨୭ ଟି ଏବଂ ଦକ୍ଷିଣ ଆଫ୍ରିକା ୨୧ ଟି ମ୍ୟାଚ୍ ଜିତିଛି। ତିନୋଟି ମ୍ୟାଚ୍ ଟାଇ ହୋଇଛି। ଅନ୍ୟପକ୍ଷରେ ପ୍ରଥମ ଥର ପାଇଁ ଧର୍ମଶାଳାରେ ଦିନିକିଆରେ ଉଭୟ ଦଳ ମୁହାଁମୁହିଁ ହେବେ। ଏହି ଗ୍ରାଉଣ୍ଡରେ ଏପର୍ଯ୍ୟନ୍ତ ଭାରତୀୟ ଦଳ ଚାରୋଟି ମ୍ୟାଚ ଖେଳିଛି। ଯେଉଁଥିରୁ ଦୁଇଟିରେ ବିଜୟ ଏବଂ ଦୁଇଟିରେ ପରାଜୟ ବରଣ କରିଛି।
ଭାରତୀୟ ଦଳ
ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ, ପୃଥ୍ବୀ ଶ, ଲୋକେଶ ରାହୁଲ, ମନୀଷ ପାଣ୍ଡେ, ଶ୍ରେୟସ ଆୟର, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ଯୁଜବେନ୍ଦ୍ର ଚହଲ, ଜସପ୍ରୀତ ବୁମ୍ରା, କୂଳଦୀପ ଯାଦବ

ଦକ୍ଷିଣ ଆଫ୍ରିକା ଦଳ
କ୍ୱିଣ୍ଟନ୍ ଡିକକ୍ (ଅଧିନାୟକ), ତେମ୍ବା ବାବୁମା, ରେସି ଭାନ୍ ଡେର୍ ଡୁସେନ୍, ଫାଫ୍ ଡୁପ୍ଲେସିସ୍, କାଇଲ୍ ବିରିନେ, ହେନ୍ରିକ୍ କ୍ଲାସେନ୍, ଜେନମାନ ମଲାନ, ଡେଭିଡ ମିଲର, ଜାନ-ଜାନ ସ୍ମଟ୍ସ, ଆଣ୍ଡିଲେ ଫେହଲୁକବାୟୋ, ଲୁଙ୍ଗି ନଗିଡି, ଲୁଥୋ ସିପାମଲା, ଏନ୍ରିକ୍ ନର୍ଟଜେ, ବୁରେନ୍ ହେଣ୍ଡ୍ରିକ୍ସ, ଜର୍ଜ ଲିଣ୍ଡେ ଏବଂ କେଶବ ମହାରାଜ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories