www.samajalive.in
Wednesday, December 10, 2025
23.1 C
Bhubaneswar

କମଳନାଥଙ୍କ ପାଇଁ ସଂ​କଟ ଘନେଇଲା : ବିଧାୟକଙ୍କ ଇସ୍ତଫା ଜାରି, ସଂଖ୍ୟା ୩୦ରେ ପହଞ୍ଚିପାରେ

ଭୋପାଳ : ମଧ୍ୟପ୍ରଦେଶରେ ରାଜନୈତିକ ସଂକଟ ଜାରି ରହିଛି। ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଇସ୍ତଫା ପରେ ତାଙ୍କ ସମର୍ଥକ ୨୨ ଜଣ ବିଧାୟକ ଇସ୍ତଫା ଦେବା ଦ୍ୱାରା ମଧ୍ୟପ୍ରଦେଶ ସରକାରରେ ସଙ୍କଟ ଦେଖାଦେଇଛି। ଇତିମଧ୍ୟରେ ମଧ୍ୟପ୍ରଦେଶର ୯୧ ଜଣ କଂଗ୍ରେସ ବିଧାୟକ ଜୟପୁରରେ ପହଞ୍ଚିଛନ୍ତି। ସେମାନଙ୍କୁ ଜୟପୁର ନିକଟସ୍ଥ ଏକ ହୋଟେଲରେ
ରଖାଯାଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପାର୍ଟିର ଅନ୍ୟ ବରିଷ୍ଠ ନେତାମାନେ ବୁଧବାର ସନ୍ଧ୍ୟାରେ ସେମାନଙ୍କୁ ସାକ୍ଷାତ୍‍ କରିବାର କାର୍ଯ୍ୟକ୍ରମ ରହିଛି।

ଅନ୍ୟପକ୍ଷରେ ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ସମେତ କଂଗ୍ରେସର ସମସ୍ତ ନେତା ସେମାନଙ୍କ ପ୍ରତି ସଂଖ୍ୟାଗରିଷ୍ଠ ସଦସ୍ୟଙ୍କ ସମର୍ଥନ ଥିବାର ଦାବି କରୁଛନ୍ତି। ବିଜେପି ବିଧାୟକମାନଙ୍କୁ ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମକୁ ପଠାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀ କମଳନାଥଙ୍କ ପୁଅ ତଥା ସାଂସଦ ନକୁଳନାଥଙ୍କ ସମେତ ବହୁ ନେତା ସେମାନଙ୍କ ପ୍ରତି ସଂଖ୍ୟାଗରିଷ୍ଠ ସଦସ୍ୟଙ୍କ
ସମର୍ଥନ ଥିବାର ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଜଣେ ଘନିଷ୍ଠ ସହଯୋଗୀ ସଜ୍ଜନ ସିଂହ ବର୍ମା କଂଗ୍ରେସ ବିଧାୟକମାନଙ୍କୁ ଦଳକୁ ଫେରାଇ ଆଣିବାପାଇଁ ବେଙ୍ଗାଲୁରୁ ଯାଇଛନ୍ତି। ସେହି କଂଗ୍ରେସ ବିଧାୟକମାନେ ଇସ୍ତଫା ଦେଇଥିବା ୨୨ ଜଣ କଂଗ୍ରେସ ଏବିଧାୟକଙ୍କ ମଧ୍ୟରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ବିଧାୟକ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ସହ ନିରନ୍ତର ଯୋଗାଯୋଗ ରକ୍ଷା କରିଥିବାର କଂଗ୍ରେସ ନେତାମାନେ ଦାବି କରୁଛନ୍ତି।

- Advertisement -

ବରିଷ୍ଠ ବିଜେପି ନେତା ଭୂପିନ୍ଦର ସିଂହ ଦାବି କରିଛନ୍ତି ଯେ, କଂଗ୍ରେସ ଦଳରୁ ଇସ୍ତଫା ଦେଉଥିବା ବିଧାୟକଙ୍କ ସଂଖ୍ୟା ୩୦ରେ ପହଞ୍ଚି ଯାଇପାରେ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories