www.samajalive.in
Saturday, December 6, 2025
19.1 C
Bhubaneswar

ବୁଲିବାକୁ ଯାଆନ୍ତୁ କର୍ଣ୍ଣାଟକର ପ୍ରସିଦ୍ଧ ହିଲ ଷ୍ଟେସନ

ଖରାଦିନ ଆରମ୍ଭ ହେଲାଣି। ଏହି ଦିନରେ ସାଧାରଣତଃ ଲୋକେ ଥଣ୍ଡା ଓ ଶାନ୍ତ ପରିବେଶକୁ ଭ୍ରମଣ ପାଇଁ ଯିବାକୁ ଇଚ୍ଛା ଓ ପସନ୍ଦ କରିଥାଆନ୍ତି। ପାହାଡ଼, ପର୍ବତ, ନଦୀ, ଝରଣା, ଗଛଲତା, ଅଳ୍ପ ଅଳ୍ପ ବର୍ଷା ଏହି ଦୃଶ୍ୟକୁ ଆପଣ କର୍ଣ୍ଣାଟକର ହିଲ ଷ୍ଟେସନରେ ଅନୁଭବ କରିପାରିବେ। ପାହାଡ଼ ପର୍ବତର ମନଲୋଭା ସୌନ୍ଦର୍ଯ୍ୟ , ପ୍ରକୃତିର ସୁନ୍ଦର ରୂପ ସଭିଁଙ୍କୁ ବେଶ ପସନ୍ଦ ଆସିଥାଏ। ପ୍ରକୃତି ପ୍ରେମୀ ଲୋକେ ସର୍ବଦା ଏଭଳି ସୁନ୍ଦର ସ୍ଥାନକୁ ଭ୍ରମଣ ପାଇଁ ଯିବାକୁ ଆଗ୍ରହୀ ମଧ୍ୟ ହୋଇଥାଆନ୍ତି।
ଚିକମଗଲୁର ହିଲ ଷ୍ଟେସନ ହେଉଛି ଏପରି ଏକ ସ୍ଥାନ ଯେଉଁଠାରେ ବହୁ ପରିମାଣରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ। ଏହା କର୍ଣ୍ଣାଟକର ଏକ ପ୍ରସିଦ୍ଧ ହିଲ ଷ୍ଟେସନ ଅଟେ। ଏଠାକାର ଶାନ୍ତ ବାତାବରଣ, ବହୁ ଥିବା ନଦୀ, ଚାରିପାଖରେ ସବୁଜ ଶ୍ୟାମଳା ପରିବେଶ ବାସ୍ତବିକ ଦେଖିବା ଯୋଗ୍ୟ ଅଟେ। ପ୍ରକୃତି ଯେପରି ସବୁଜ ରଙ୍ଗ ଶାଢୀ ପରିଧାନ କରି ସଜେଇ ହେବା ପରି ମନେ ହୁଏ। ଯାହା ପର୍ଯ୍ୟଟକଙ୍କୁ ଖୁବ ପସନ୍ଦ ଆସିଥାଏ।
ଚିକମଗଲୁରରେ ବହୁ ମାତ୍ରାରେ କଫି ଓ ଚା’ର ବଗିଚା ମଧ୍ୟ ଅଛି। ଏହି ବଗିଚାରେ ମିଳୁଥିବା କଫି ଓ ଚା’ର ସମ୍ପୂର୍ଣ୍ଣ ଦେଶରେ ଖୁବ ଚାହିଦା। ଏଠାରେ ମୁଲାୟନଗିରୀ ଅଛି, ଯାହା କର୍ଣ୍ଣାଟକର ସବୁଠାରୁ ଉଚ୍ଚ ପର୍ବତ ଅଟେ।
ଭ୍ରମଣ ପାଇଁ ଚିକମଗଲୁରରେ ଅନ୍ୟାନ୍ୟ ପ୍ରସିଦ୍ଧ ସ୍ଥାନ ରହିଛି। ଏଠାରେ ଥିବା ମହାତ୍ମା ଗାନ୍ଧୀ ଉଦ୍ୟାନ ଖୁବ ସୁନ୍ଦର । ଏହି ଉଦ୍ୟାନକୁ ଦେଖିବା ପାଇଁ ଦୂରଦୂରାନ୍ତରରୁ ବହୁ ପର୍ଯ୍ୟଟକ ଆସିଥାଆନ୍ତି। ଏଠାରେ ଥିବା କୁଦରେମୁଖ ପର୍ବତମାଳା ଖୁବ ସୁନ୍ଦର ପର୍ବତ ଅଟେ। ଏତଦ ବ୍ୟତୀତ ଏଠାକାର ଗୋଲାପ ବଗିଚା,ସୁନ୍ଦର ଜଳପ୍ରପାତ ଏହି ସ୍ଥାନର ସୁନ୍ଦରତାକୁ ଦ୍ୱିଗୁଣିତ କରି ଦେଇଥାଏ। ଯାହା ଫଳରେ ପ୍ରତିବର୍ଷ ଏଠାରେ ବହୁଳ ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥାଏ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories