www.samajalive.in
Saturday, December 6, 2025
15.1 C
Bhubaneswar

ବିଷାକ୍ତ ଚା’ ପିଇ ୧୧ ଅସୁସ୍ଥ

ବାଲେଶ୍ୱର : ଚା’ ପ୍ରସ୍ତୁତି ସମୟରେ ଚା ପତି ବଦଳରେ ଭୁଲରେ କୀଟନାଶକ ଔଷଧ ପଡ଼ିଯିବାରୁ ବିଷାକ୍ତ ଚା’ ପିଇ ୧୧ ଜଣ ଅସୁସ୍ଥ ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ରଣସିଂହ ଗାଁରେ ବୁଧବାର ଘଟିଛି। ସମସ୍ତ ଗୁରୁତରଙ୍କୁ ବାଲେଶ୍ୱର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଯୋଗ୍ୟ, ଆଜି ରଣସିଂହପୁର ଗାଁରେ ଏକ ବାହାଘର ଭୋଜି ଥିଲା। ଏହି ଭୋଜି ପାଇଁ ଆସିଥିବା ବନ୍ଧୁ ବାନ୍ଧବଙ୍କ ପାଇଁ ଚା’ ପ୍ରସ୍ତୁତି ସମୟରେ ଚାପତି ବଦଳରେ କୀଟନାଶକ ପଡ଼ିଯାଇଥିଲା। ସେହି ଚା’ ପିଇ ୧୧ ଜଣ ଗୁରୁତର ହେବାରୁ ସେମାନଙ୍କୁ ପ୍ରଥମେ ଜଳେଶ୍ୱରପୁର ଡ଼ାକ୍ତରଖାନା ଓ ପରେ ବାଲେଶ୍ୱର ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories