www.samajalive.in
Friday, December 5, 2025
26.1 C
Bhubaneswar

ଭାରତରେ ୬୨ କରୋନା ଆକ୍ରାନ୍ତ; କେରଳରେ ହାଇଆଲର୍ଟ, ବିବାହ ଓ ସିନେମା ହଲ୍‌ ବନ୍ଦ

ନୂଆଦିଲ୍ଲୀ: କରୋନା ଭୂତାଣୁକୁ ନେଇ ସାରା ବିଶ୍ବ ଚିନ୍ତାରେ। ଚୀନର ଉହାନ ସହରରୁ ବ୍ୟାପିଥିବା ଏହି ଭୟଙ୍କର ଭୂତାଣୁ ଏବେ ବିଶ୍ବର ୯୩ରୁ ଅଧିକ ରାଷ୍ଟ୍ରକୁ କବଳିତ କରିଛି। ଚୀନରେ ଧୀରେ ଧୀରେ ଏହା ନିୟନ୍ତ୍ରଣାଧୀନ ହେଉଥିବାବେଳେ ଅନ୍ୟାନ୍ୟ ରାଷ୍ଟ୍ରରେ ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ସାରା ବିଶ୍ବରେ ଏବେ ସୁଦ୍ଧା କରୋନା ଭୂତାଣୁ ଦ୍ବାରା ୪୦୧୧ ଜଣଙ୍କ ମୃତ୍ୟୁ ଘଟିଛି। ଇତିମଧ୍ୟରେ ଭାରତରେ ଆକ୍ରାନ୍ତ ସଂଖ୍ୟା ବୁଧବାର ସୁଦ୍ଧା ୬୨ରେ ପହଞ୍ଚିଛି। ପୂର୍ବରୁ ୪୪ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୮ ନୂଆ ସନ୍ଦିଗ୍ଧଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଏମାନଙ୍କ ମଧ୍ୟରେ କେବଳ କେରଳରେ ୮ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମହାରାଷ୍ଟ୍ରରେ ୫, କର୍ଣ୍ଣାଟକରେ ୪ ଏବଂ ଜାମ୍ମୁ-କାଶ୍ମୀରରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଥିବାରୁ ସରକାରଙ୍କ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି। ରାଜ୍ୟରେ ସରକାରଙ୍କ ପକ୍ଷରୁ କଠୋର କଟକଣା ଜାରି ହୋଇଛି। ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଆସନ୍ତା ୩୧ ତାରିଖ ସୁଦ୍ଧା ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି। ଏହି ସମୟ ଭିତରେ ବିବାହ ଉତ୍ସବ ଆୟୋଜନ କରାଯିବା ଉପରେ କଟକଣା ଲାଗୁ ହୋଇଥିବାବେଳେ ସିନେମା ହଲ୍‌ ବନ୍ଦ ରଖିବାକୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ସମସ୍ତ ଧର୍ମାନୁଷ୍ଠାନକୁ ଅଧିକ ଲୋକଙ୍କ ବିନା ସମାଗମରେ ଉତ୍ସବ ଆୟୋଜନ କରିବାକୁ ନିବେଦନ କରିଛନ୍ତି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories