ବିହାରରେ ନିଷିଦ୍ଧ ହେବ ଖଇନି

0

ପାଟନା : ମଦ ନିଷେଧରୁ ବିଶେଷ ସଫଳତା ହାସଲ କରିବା ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଗକୁ ରାଜ୍ୟର ଖଇନି ନିଷେଧ କରିବା ଯୋଜନା କରୁଛନ୍ତି। ବିହାର ହେଉଛି ଦେଶର ଷଷ୍ଠ ବୃହତ୍‍ ଧୂଆଁପତ୍ର ଉତ୍ପାଦନକାରୀ ରାଜ୍ୟ। ଧୂଆଁପତ୍ର ପ୍ରସ୍ତୁତ ଖଇନି ରାଜ୍ୟର ସାଧାରଣ ଜନତାଙ୍କୁ ଏଭଳି କବଳିତ କରିଛି ଯେ ଏହାକୁ ଛାଡ଼ିବା ସହଜ ନୁହେଁ। ବିଶେଷ ଭାବେ କୃଷକ ସମ୍ପ୍ରଦାୟ ଏଥିରେ ସର୍ବାଧିକ ଅଭ୍ୟସ୍ତ। ଏଥିଜନିତ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ରାଜ୍ୟରେ ସର୍ବାଧିକ। ଏହାଛଡ଼ା ଧୂଆପତ୍ର ପ୍ରସ୍ତୁତ ବିଭିନ୍ନ ନିଶାଦ୍ରବ୍ୟ ରାଜ୍ୟର ଅର୍ଥନୀତିକୁ ମଧ୍ୟ ବିଭିନ୍ନ ଭାବେ ପ୍ରଭାବିତ କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦଙ୍କଠାରୁ ଆରମ୍ଭ କରି ପ୍ରତି ପାଞ୍ଚ ଜଣରେ ଜଣେ ବ୍ୟକ୍ତି ଖଇନି ସହିତ ଅଭ୍ୟନ୍ତ। ରାଜ୍ୟର ସାମାଜିକ ଜୀବନକୁ ଏହା ଏକପ୍ରକାର ନିନ୍ଦିତ କରୁଥିବା ନୀତୀଶଙ୍କ ଧାରଣା। ଏହି ପରିପ୍ରେକ୍ଷୀରେ ନୀତୀଶ ରାଜ୍ୟରେ ଖଇନି ନିଷିଦ୍ଧ କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି। ୨୦୧୩ରେ ସେ ଖଇନି ଉପରୁ ଟିକସ ହ୍ରାସ କରିଥିଲେ; କିନ୍ତୁ ପରବର୍ଷ ଜୀତନ ରାମ ମାଞ୍ଝି ଟିକସ ବଢ଼ାଇ ଦେଇଥିଲେ। ଏବେ ଗୁଟ୍‍ଖା ଓ ଖଇନି ଉପରେ ନିଷେଧାଦେଶ ଜାରି କରାଗଲେ ଚାଷୀଙ୍କ ପାଇଁ ନୂଆ ପ୍ରତିକାର ବ୍ୟବସଥରା କରାଯିବ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି।

Leave A Reply