www.samajalive.in
Friday, December 12, 2025
16.1 C
Bhubaneswar

ଆଣ୍ଡି ଫ୍ଲାୱାର କିଙ୍ଗ୍‌ସ ଏକାଦଶ ପଞ୍ଜାବ ଦଳର ସହକାରୀ ପ୍ରଶିକ୍ଷକ

ମୋହାଲି  : ବିସିସିଆଇ ଆନୁକୂଲ୍ୟରେ ଆୟୋଜିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅନ୍ୟତମ ଦଳ କିଙ୍ଗ୍‌ସ ଏକାଦଶ ପଞ୍ଜାବର ସହକାରୀ ପ୍ରଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି ଜିମ୍ବାୱେର ପୂର୍ବତନ କ୍ରିକେଟର୍ ଆଣ୍ଡି ଫ୍ଲାୱାର୍‌। ସୂଚନାଥାଉକି କିଙ୍ଗ୍‌ସ ଏକାଦଶ ପଞ୍ଜାବ ଦଳର ସହକାରୀ ପ୍ରଶିକ୍ଷକ ଭା​‌େ​‌ବ ସୁନୀଲ ଜୋଷୀ କାର୍ଯ୍ୟ କରୁଥିଲେ। ତେବେ ଜୋଷୀ ଇତିମଧ୍ୟରେ ଭାରତୀୟ ସିନିୟର କ୍ରିକେଟ୍‌ ଦଳର ମୁଖ୍ୟ ମନୋନୟନକାରୀ ଭାବେ ନିଯୁକ୍ତି ପାଇଥିବାରୁ କିଙ୍ଗ୍‌ସ ଏକାଦଶର ସହକାରୀ ପ୍ରଶିକ୍ଷକ ପଦ ଛାଡିଥିଲେ। ତାଙ୍କ ସ୍ଥାନରେ ଆଣ୍ଡି ଫ୍ଲାୱାରଙ୍କୁ ନିଯୁକ୍ତ କରାଯାଇଛି।
କିଙ୍ଗ୍‌ସ ଏକାଦଶର ସହକାରୀ ପ୍ରଶିକ୍ଷକ ଭାବେ ନିଯୁକ୍ତି ପାଇଥିବାରୁ ସେ ବେଶ୍‌ ଖୁସି ଥିବା ଫ୍ଲାୱାର କହିବା ସହ ମୁଖ୍ୟ ପ୍ରଶିକ୍ଷକ ଅନୀଲ କୁମ୍ବଲେଙ୍କ ସହ କାମ କରିବାର ସୁଯୋଗ ମିଳିଥିବାରୁ ନିଜକୁ ସୌଭାଗ୍ୟବାନ୍‌ ମନେ କରୁଥିବା ଦର୍ଶାଇଛନ୍ତି। କିଙ୍ଗ୍‌ସ ଏକାଦଶ ଦଳ ବେଶ୍‌ ଶକ୍ତିଶାଳୀ। ଏହି ଦଳରେ ଥିବା ସପୋର୍ଟ ଷ୍ଟାଫ୍‌ମା​‌େ​‌ନ ମଧ୍ୟ ବେଶ୍‌ ଅଭିଜ୍ଞ ଥିବାରୁ ଦଳ ଚଳିତ ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି। ସେହିପରି ଆଡ୍ରିଆନ୍‌ ଲି ରୋକ୍‌ସଙ୍କୁ ଦଳର ଟ୍ରେନ୍‌ର ଭାବେ ନିଯୁକ୍ତ କରାଯାଇଥିବା ବେଳେ ଆଣ୍ଡ୍ର୍ୟୁ ଲିପ୍‌ସ ଫିଜିଓ ଭାବେ ଦାୟିତ୍ବ ତୁଲାଇବେ। ଗତବର୍ଷ କିଙ୍ଗ୍‌ସ ଏକାଦଶ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଅନୀଲ କୁମ୍ବଲେଙ୍କୁ ନିଯୁକ୍ତ କରାଯାଇଥିଲା। ଦଳର ଅଧିନାୟକ ଭାବେ କେଏଲ୍‌ ରାହୁଲ ଦାୟିତ୍ବ ନିର୍ବାହ କରିବେ। ଚଳିତ ଆଇପିଏଲ୍‌ରେ କିଙ୍ଗ୍‌ସ ଏକାଦଶ ଦଳ ନିଜର ପ୍ରଥମ ମ୍ୟାଚ୍‌ ଆସନ୍ତା ୩୦ରେ ଦିଲ୍ଲୀ କ୍ୟାପିଟାଲ୍‌ ସହ ହେବ। ଶନିବାର କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଥିବା ୱାସିମ୍‌ ଜାଫର୍‌ଙ୍କୁ କିଙ୍ଗ୍‌ସ ଏକାଦଶ ଦଳର ବ୍ୟାଟିଂ ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯିବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories