www.samajalive.in
Wednesday, December 10, 2025
16.1 C
Bhubaneswar

ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଲେ ଦୁର୍ବୃତ୍ତ ; ୩ ଗିରଫ

ସାଲେପୁର : ସତ୍ୟ ଓ ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତ୍ତିକୁ ସ୍ଥାନୀୟ ସିଢ଼ୋ ପଞ୍ଚାୟତର ତାରିଣୀ ଛକଠାରେ କେତେକ ଦୁର୍ବୃତ୍ତ ଭାଙ୍ଗିଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଶନିବାର ରାତି ୯ଟାପରେ ସ୍ଥାନୀୟ ପଞ୍ଚାୟତର କେତେକ ଯୁବକ ଏହି ପ୍ରତିମୂର୍ତ୍ତି ତଳେ ମଦ ପିଇଥିଲେ। ନିଶାସେବନ ପରେ ସେମାନେ ଉତ୍ୟକ୍ତ ଅବସ୍ଥାରେ ସେଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ପକାଇ ଦେଇଥିଲେ। ଘଟଣାଟି ରବିବାର ସକାଳେ ସ୍ଥାନୀୟ ଲୋକ ଦେଖିଲାପରେ ଏ ନେଇ ଜପକୁଦ ଫାଣ୍ଡିରେ ଅଭିଯୋଗ କରିବା ପରେ ଜପକୁଦ ଫାଣ୍ଡି ପୁଲିସ ଅଧିକାରୀ ବ୍ରଜକିଶୋର ଦକ୍ଷିଣକବାଟ ଘଟଣାସ୍ଥଳରେ ପହଞ୍ଚି ମୂର୍ତ୍ତି ଭଙ୍ଗା ଘଟଣାରେ ସମ୍ପୃକ୍ତ ସିଢ଼ୋ ଗ୍ରାମର ଅବିନାଶ ମହାନ୍ତି (୨୨), ଦେବାଶିଷ ବଳ (୨୪), ଡମ୍ବରୁଧର ନାୟକ(୪୯)ଙ୍କୁ ଗିରଫ କରିଥିବାବେଳେ ଆଉ ଜଣେ ନବଘନ ଜେନା ଫେରାର ଥିବା ପୁଲିସ କହିଛି। ମୂର୍ତ୍ତି ଭଙ୍ଗା ଘଟଣାକୁ କେନ୍ଦ୍ରକରି ଉତ୍ତେଜନା ପ୍ରକାଶ ପାଇଥିବାବେଳେ ସେଠାରେ ପୂର୍ବରୁ ଦୋକାନ କରିଥିବା ମୀନକେତନ ନାୟକଙ୍କ ଉପରେ ମଧ୍ୟ ଏମାନେ ଆକ୍ରମଣ କରିଥିବା କୁହାଯାଇଛି। ପୁଲିସ ପୃଥକ୍‍ ପୃଥକ୍‍ ମାମଲା ଗ୍ରହଣ କରି ଘଟଣାର ତଦନ୍ତ କରୁଥିବାବେଳେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ନେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ଉପଯୁକ୍ତ ଶାସ୍ତ୍ରି ଦେବା ସହ ତୁରନ୍ତ ସେଠାରେ ଭବ୍ୟ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନେଇ ଦାବି ହୋଇଛି। ଘଟଣାରେ ସାଲେପୁର ବିଧାୟକ ପ୍ରଶାନ୍ତକୁମାର ବେହେରା ନିନ୍ଦା କରିଥିବାବେଳେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶଚନ୍ଦ୍ର ବେହେରା ମଧ୍ୟ ଦୃଢ଼ ନିନ୍ଦା କରିଛନ୍ତି। ପୂର୍ବତନ ଅଧ୍ୟକ୍ଷ ମଦନମୋହନ ଜେନା, ଶିକ୍ଷାବିତ୍‍ ଜାହାଙ୍ଗୀର ଅଲ୍ଲୀ, ସାମ୍ବାଦିକ ଅଖିଳେଶ ମହାନ୍ତି, ଡକ୍ଟର ନିଖିଳେଶ ମହାନ୍ତି, ଚିତ୍ତରଞ୍ଜନ ସାହୁ, ରମେଶଚନ୍ଦ୍ର ନାୟକ, ମୃତ୍ୟୁଞ୍ଜୟ ନାୟକ, ହରିହର ମହାପାତ୍ର, ଅମୂଲ୍ୟକୁମାର ମହାପାତ୍ର, ସୁଶାନ୍ତ ଦାସ, ପ୍ରମୋଦକୁମାର ପଣ୍ଡା, ସୁନାକର ସାମଲ, ମୃତ୍ୟୁଞ୍ଜୟ ପଟ୍ଟନାୟକ, ଆସଲାମ ରସିଦ୍‍, ମଳୟକୁମାର ଦେ, ନିରଞ୍ଜନ ବେହେରା, ମମତା ପଣ୍ଡା, ଅସୀମ୍‍ ସେଖ୍‍, ପ୍ରଶାନ୍ତକୁମାର ଦାଶ, ଶିଶିର ସ୍ୱାଇଁ, ଭାଗ୍ୟଧର ସ୍ୱାଇଁ, ବାପି ମିଶ୍ର, ପୂର୍ବତନ ବିଧାୟକ ଗୁରୁପଦ ନନ୍ଦ, ଇଞ୍ଜିନିୟର ମନୋରଞ୍ଜନ ସେଠୀ, ସାଲେପୁର ସାରସ୍ୱତ ସମାରୋହ ସମିତିର ସଭାପତି ଅକ୍ଷୟକୁମାର ଦାଶ, ସାଲେପୁର ବ୍ଲକ୍‍ ଅଧ୍ୟକ୍ଷା ମମତା ରାଉତଙ୍କ ସମେତ ବହୁ ବୁଦ୍ଧିଜୀବୀ ଏହି ଘଟଣାର ତୀବ୍ର ନିନ୍ଦା କରିଛନ୍ତି। ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଛି।

Hot this week

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

Related Articles

Popular Categories