www.samajalive.in
Monday, December 8, 2025
27.1 C
Bhubaneswar

ମ୍ୟାଜିକ୍‌ ପେନ୍ ରେ ଠକେଇ : ଜମାଖାତାରୁ ୭୬,୫୦୦ ଟଙ୍କା ଉଭାନ୍‌

ଉତ୍ତର ଭୁବନେଶ୍ୱର : ଦିନକୁଦିନ ମ୍ୟାଜିକ ପେନ୍ ରେ ଠକେଇ ବୃଦ୍ଧି ପାଉଛି। ଗତ ଦୁଇ ତିନି ଦିନ ଭିତରେ ଭୁବନେଶ୍ୱରର ବିଭିନ୍ନ ଥାନାରେ ଏପରି ଲୁଟ ଅଭିଯୋଗ ହୋଇଥିବା ବେଳେ ପୁଣି ପାହାଳ ଫାଣ୍ଡି ପୁଲିସରେ ଏପରି ଏକ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ଅଭିଯୋଗରୁ ଜଣାପଡ଼ିଛି ଯେ ହଂସପାଳ ସିମ୍ଫୋନୀ ମଲ୍‍ ନିକଟରେ ଥିବା ଏକ ଟାୟାର ଶୋ ରୁମ୍‍ର ମାଲିକ କୃଷ୍ଣ କୁମାର ପାଢ଼ୀଙ୍କ ଆକାଉଣ୍ଟରୁ ନଗଦ ୭୬ହଜାର ୫ଶହ ଟଙ୍କା ଲୁଟିଆ ୬ତାରିଖରେ ଉଠାଇ ନେଇଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ କୃଷ୍ଣ କୁମାର ପାହାଳ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିବା ବେଳେ ପୁଲିସ ଏକ ମାମଲା ରୁଜୁ କରି ଖୋଳତାଡ଼ ଆରମ୍ଭ କରିଛି। ସୂଚନା ଅନୁସାରେ ଗତ ୩ ତାରିଖରେ ୮୯୦୨୨୧୧୫୨୬୯ ନମ୍ବରରୁ କୃଷ୍ଣ କୁମାରଙ୍କୁ ଏକ ଫୋନ୍‍ କଲ୍‍ ଆସିଥିଲା। ସେମାନେ ଏଚଡିଏଫସି ବ୍ୟାଙ୍କର କର୍ମଚାରୀ ବୋଲି ପରିଚୟ ଦେଇ ହୋଲି ଅବସରରେ ଅଫରରେ ଋଣ ଯୋଗାଇ ଦେବେ ବୋଲି କହିଥିଲେ। ସେହି ଅନୁସାରେ କୃଷ୍ଣ କୁମାର ତାଙ୍କ ସହିତ କଥାବାର୍ତ୍ତା କରି ୬ ତାରିଖକୁ ନିଜ ଶୋ ରୁମ୍‍ ହଂସପାଳକୁ ଡକାଇଥିଲେ। ତେବେ ଜଣେ ମାତ୍ର କୃଷ୍ଣ କୁମାରଙ୍କ ପାଖରେ ପହଞ୍ଚି ସମସ୍ତ ଆଇଡି ପ୍ରୁଫ୍‍ ସହିତ ୧୪୯ଟଙ୍କାର ଏକ ଚେକ୍‍, ସମସ୍ତ କାଗଜପତ୍ର ଆଦି ଆବଶ୍ୟକ ବୋଲି କୃଷ୍ଣ କୁମାରଙ୍କଠାରୁ ନେଇଥିଲେ। ତେବେ ​ସେହିଦିନ ଲକ୍ଷ୍ମୀସାଗର ସ୍ଥିତ ଏଚଡିଏଫସି୍‍ ବ୍ୟାଙ୍କ ଶାଖାରୁ ମ୍ୟାଜିକ ପେନ୍‍ ବଳରେ ୭୬ହଜାର ୫ଶହ ଉଠାଇ ନେଇଥିଲେ। ତେବେ ବ୍ୟକ୍ତି ଜଣକ ଟଙ୍କା ନେଇ ପଳାଇବା ପରେ ସମ୍ପୃକ୍ତ ବ୍ୟାଙ୍କ ପକ୍ଷରୁ କୃଷ୍ଣ କୁମାରଙ୍କୁ ମେସେଜ୍‍ ଆସିଥିଲା। ମେସେଜ୍‍ ପାଇ କୃଷ୍ଣ କୁମାର ଇତଃସ୍ତତ ହୋଇ ବ୍ୟାଙ୍କ ଶାଖାରେ ପହଞ୍ଚି ସମସ୍ତ ବୃତ୍ତାନ୍ତ ବର୍ଣ୍ଣନା କରିଥିଲେ।

Hot this week

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

Related Articles

Popular Categories