www.samajalive.in
Monday, December 8, 2025
14.1 C
Bhubaneswar

ଓଡ଼ିଶାରେ ନାହାନ୍ତି କରୋନା ରୋଗୀ

ଭୟଭୀତ ହେବାର କାରଣ ନାହିଁ: ସଚିବ

ଭୁବନେଶ୍ବର : କରୋନା ମୁକାବିଲା ଦିଗରେ ଏକ ବଡ଼ ପଦକ୍ଷେପ ସ୍ବରୂପ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆରଏମ୍‌ଆରସି)ରେ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା ଆରମ୍ଭ କରାଯାଇଛି। କ୍ୟାପିଟାଲ ହସପିଟାଲରୁ ଆସିଥିବା ଦୁଇ ଜଣଙ୍କ ନମୁନା ସଫଳତାର ସହ ପରୀକ୍ଷା କରାଯାଇଛି। ଉଭୟ ନମୁନା ନେଗେଟିଭ୍ ଆସିଥିଲା। ଏହା ପୂର୍ବରୁ କରୋନା ନମୁନା ପରୀକ୍ଷା ପାଇଁ ଓଡ଼ିଶାରୁ କଲକାତା ଓ ପୁଣେ ସ୍ଥିତ କେନ୍ଦ୍ରୀୟ ପରୀକ୍ଷାଗାରକୁ ପଠାଯାଉଥିଲା। ଏଣିକି ରାଜ୍ୟର ସମସ୍ତ ସରକାରୀ ଡ଼ାକ୍ତରଖାନା ସମେତ ଘରୋଇ ଡ଼ାକ୍ତରଖାନାରୁ ଆସିଥିବା ନମୁନା ଆରଏମ୍‌ଆରସିରେ ପରୀକ୍ଷା କରାଯାଇ ପାରିବ। ଆବଶ୍ୟକସ୍ଥଳେ କଟକ ଏସ୍‌ସିବିରେ ମଧ୍ୟ ସନ୍ଦିଗ୍ଧଙ୍କ ସ୍ବାବ୍ ନମୁନା ପରୀକ୍ଷା ପାଇଁ ବ୍ୟବସ୍ଥା କରାଯିବ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ନିକୁଞ୍ଜ ଧଳ ସୂଚନା ଦେଇଛନ୍ତି। ଆଜି ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଧଳ କହିଛନ୍ତି, ଓଡ଼ିଶାରେ ଏପର୍ଯ୍ୟନ୍ତ ଗୋଟିଏ ବି କରୋନା ପଜିଟିଭ୍ ମିଳିନାହିଁ। କରୋନାକୁ ନେଇ ଆତଙ୍କିତ ହେବାର କାରଣ ନାହିଁ। ଆରଏମ୍‌ଆରସିରେ ସ୍ବାବ୍ ପରୀକ୍ଷା ଆରମ୍ଭ ହୋଇଛି। କ୍ୟାପିଟାଲ ହସପିଟାଲରେ ଚିକିତ୍ସିତ ହେଉଥିବା ଆୟର୍ଲାଣ୍ଡର ନାଗରିକ ଏବଂ ତାଙ୍କର ଓଡ଼ିଆ ସହଯୋଗୀଙ୍କ ନମୁନା ଆରଏମ୍‌ଆରସିରେ ପରୀକ୍ଷା କରାଯାଇ ଥିଲା ଏବଂ ଉଭୟ ନମୁନାର ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଛି। ଆରଏମ୍‌ଆରସିରେ ଦୈନିକ ୧୪ରୁ ୨୦ଟି ନମୁନା ପରୀକ୍ଷା କରାଯାଇପାରିବ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୪ ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇ ଥିଲା ଏବଂ ସମସ୍ତ ରିପୋର୍ଟ ନେଗେଟିଭ୍ ଆସିଛି। ପ୍ରତ୍ୟେକ ଲୋକଙ୍କୁ ମାସ୍କ ବ୍ୟବହାର କରିବା ଜରୁରୀ ନୁହେଁ। ତେବେ ଥଣ୍ଡା ସର୍ଦିର ଲକ୍ଷଣ ଦେଖାଦେଲେ ମାସ୍କ ବ୍ୟବହାର କରିବା ଉଚିତ ବୋଲି ସ୍ବାସ୍ଥ୍ୟ ସଚିବ କହିଛନ୍ତି। ବିମାନବନ୍ଦର ଓ ବନ୍ଦର ଦେଇ ଆସୁଥିବା ପ୍ରତ୍ୟେକ ଯାତ୍ରୀଙ୍କୁ ଯାଞ୍ଚ କରାଯାଉଛି। କରୋନା ପ୍ରଭାବିତ ଦେଶ ଗସ୍ତ କରି ଫେରିଥିବା ୧୩୧ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି। ଏମାନଙ୍କ ମଧ୍ୟରୁ କଟକ ଏସ୍‌ସିବିରେ ୧୦ ଜଣ ଭର୍ତ୍ତି ହୋଇଥିବା ବେଳେ ଭିମସାରରେ ୨ ଜଣ ଓ ଭୁବନେଶ୍ବର କ୍ୟାପିଟାଲ ହସପିଟାଲରେ ୨ ଜଣ ଚିକିତ୍ସିତ ହେଉଛନ୍ତି। ଆବଶ୍ୟକସ୍ଥଳେ ଅଧିକ ସନ୍ଦିଗ୍ଧ ଠାବ ହେଲେ ସେମାନଙ୍କୁ ଜଟଣୀ, କଟକ, ବୁର୍ଲା ଓ ବ୍ରହ୍ମପୁରରେ ଅଲଗା ରଖି ଚିକିତ୍ସା ବ୍ୟବସ୍ଥା କରାଯାଇଛି। କରୋନା ମୁକାବିଲା ଓ ପ୍ରତିଷେଧକ କାର୍ଯ୍ୟକ୍ରମର ପରିଚାଳନା ଦାୟିତ୍ବ ସମ୍ପୃକ୍ତ ଜିଲାପାଳଙ୍କୁ ଦିଆଯାଇଛି। ଅପରପକ୍ଷେ କରୋନା ପ୍ରତିଷେଧକ ପାଇଁ ବିଭାଗ ପକ୍ଷରୁ ସମସ୍ତ ସରକାରୀ ବିଭାଗ, ଘରୋଇ ସଂସ୍ଥା, ବିଦ୍ୟାଳୟଗୁଡ଼ିକୁ ନିୟମାବଳି ଜାରି କରାଯାଇଛି। ଜିଲା ସ୍ତରରେ ପ୍ରଶିକ୍ଷିତ ରାପିଡ୍ ରେସପନ୍ସ ଟିମ୍ (ଆରଆରଟି)କୁ ପ୍ରସ୍ତୁତ ରଖାଯାଇଛି। ଉଭୟ ଇଂରାଜୀ ଏବଂ ଓଡ଼ିଶା ଭାଷାରେ ସଚେତନତା ଲିଫ୍‌ଲେଟ୍ ପ୍ରସ୍ତୁତ କରାଯାଇ ବଣ୍ଟନ କରାଯାଉଛି।
ଓଡ଼ିଶାରେ ଜଣକ ପରେ ଜଣେ କରୋନା ସନ୍ଦିଗ୍ଧ ଠାବ ହେବା ପରେ ସରକାରଙ୍କ ଚିନ୍ତା ବଢ଼ିଥିଲା। ବିଶେଷକରି ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା ପାଇଁ ରାଜ୍ୟ ବାହାରକୁ ପଠାଯାଉ ଥିବାରୁ ରିପୋର୍ଟ ଆସିବାରେ ବିଳମ୍ବ ହେଉଥିଲା। ଏପରିସ୍ଥଳେ ଆରଏମ୍‌ଆରସିରେ କରୋନା ପରୀକ୍ଷା ପାଇଁ ଦୁଇଦିନ ପୂର୍ବେ ସ୍ବାବ୍ ପରୀକ୍ଷା କିଟ୍ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଅନୁରୋଧ କରାଯାଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories