www.samajalive.in
Friday, December 12, 2025
16.1 C
Bhubaneswar

ମାର୍ଚ୍ଚ ୧୫ରୁ ବୈଶାଖୀ ବାଣିଜ୍ୟ ମେଳା : ଏଥର ୪୯୦ ଷ୍ଟଲ୍‍, ଆକର୍ଷଣୀୟ ଫୁଡ୍ କୋର୍ଟ

କଟକ : ଉପର ବାଲିଯାତ୍ରା ପଡିଆରେ ଆୟୋଜିତ ହେବାକୁଥିବା ୧୬ତମ ବୈଶାଖୀ ବାଣିଜ୍ୟମେଳା ମାର୍ଚ୍ଚ୧୫ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ୧୦ ଦିନ ଧରି ଚାଲିବ। ଏଥର ସର୍ବମୋଟ ୪୯୦ଟି ଷ୍ଟଲ୍‍ ପଡୁଥିଲା ବେଳେ ସେଥିରୁ ୯୦ଟି ରହିବ କର୍ପୋରେଟ୍‍ ଷ୍ଟଲ୍‍। କ୍ଷୁଦ୍ର, ମଧ୍ୟମ ଓ ସ୍ୱୟଂସହାୟକ ଗୋଷ୍ଠୀଙ୍କ ଭଳି ବିଭିନ୍ନ ବର୍ଗର ବ୍ୟବସାୟୀ ଏଥିରେ ସାମିଲ ହେବେ। ଗଲାବର୍ଷ ଭଳି ଏଥିର ମଧ୍ୟ ମେଳାରେ ଆକର୍ଷଣର କେନ୍ଦ୍ର ହେବ ହରିୟାଣା ହ୍ୟାଣ୍ଡଲୁମ୍‍ର ପାଭିଲିୟନ୍‍ ଓ ଫୁଡ୍‍ କୋର୍ଟ। ଏଥିସହିତ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଜଣେ ଥାଲାସେମିଆ ପୀଡିତ ରୋଗୀଙ୍କ ଚିକିତ୍ସା ପାଇଁ ୨୫ହଜାର ଟଙ୍କା ନଗଦ ଅର୍ଥରାଶି ପ୍ରଦାନ କରାଯିବ। ମେଳାକୁ ଆସୁଥିବା ଛୋଟପିଲାଙ୍କ ଆକର୍ଷଣ ପାଇଁ ଏଥର ଅତ୍ୟାଧୁନିକ ଦୋଳିର ବ୍ୟବସ୍ଥା ହୋଇଛି। ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ‘ରୁଚି ବୈଶାଖୀ ସମ୍ମାନ-୨୦୨୦’ ପ୍ରଦାନ କରାଯିବ।
ଭାରତର ବିଭିନ୍ନ ପ୍ରାନ୍ତ ପଶ୍ଚିମ ବଙ୍ଗଳା, ଗୁଜୁରାଟ, ଆସାମ, ଝାଡଖଣ୍ଡ, ଉତ୍ତରପ୍ରଦେଶ, ହରିୟାଣା ଓ ଦିଲ୍ଲୀ ଆଦି ଅଞ୍ଚଳରୁ ବ୍ୟବସାୟୀମାନେ ବିଭିନ୍ନ ପ୍ରକାର ଦ୍ରବ୍ୟ ଧରି ଏହି ମେଳାକୁ ବେପାର ପାଇଁ ଆସୁଛନ୍ତି। ପୁଣି ହସ୍ତଶିଳ୍ପର ବିକ୍ରୟ ପାଇଁ ସ୍ୱତନ୍ତ୍ର ପାଭିଲିୟନ୍‍ ବ୍ୟବସ୍ଥା କରାଯାଇଛି। ଏଥିସହିତ ମେଳାକୁ ଆସୁଥିବା ଦେଖାଣାହାରିଙ୍କ ଖାଦ୍ୟପେୟ ନିମନ୍ତେ ଭୋଜନ ବ୍ୟବସ୍ଥାକୁ ମଧ୍ୟ ସଂପୂର୍ଣ୍ଣ ସ୍ୱତନ୍ତ୍ର କରାଯାଇଛି। ଏହି ‘ଫୁଡ କୋର୍ଟ’ରେ ୪୦ଟି ଖାଦ୍ୟଷ୍ଟଲ୍‍ ପଡିବ ଏବଂ ବାରିପଦାର ମୁଢି-ମାଂସ, ଚକୁଳି-ମାଂସ ଓ କଟକର ଦହିବରା ଆଳୁଦମ୍‍, କେନ୍ଦ୍ରାପଡାର ରସାବଳୀ ଆଦି ଦେଶୀ ଖାଦ୍ୟ ସାଙ୍ଗକୁ ବିରିୟାନୀ, ଚାଇନିଜ୍‍ ଭଳି ପରଦେଶୀ ଖାଦ୍ୟ ଏଠି ବିକ୍ରି ହେବ ବୋଲି କଟକ ବୈଶାଖୀ ବାଣିଜ୍ୟମେଳା ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ବାଣିଜ୍ୟ ମେଳା କମିଟି ପକ୍ଷରୁ ରବିବାର ଅପରାହ୍ଣରେ ବାରବାଟୀ ଷ୍ଟାଡିୟମ୍‍ ହର୍ଷଗେଟ୍‍ ପରିସରରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ବାରବାଟୀ କଟକ ବିଧାୟକ ଇଂ.ମହମ୍ମଦ ମୋକିମ୍‍, ରୁଚିର ପରିଚାଳନା ନିର୍ଦେଶକ ଡ. ଶରତ କୁମାର ସାହୁ, ଆଶୀର୍ବାଦ ବେହେରା, ଅଧ୍ୟକ୍ଷ ମଧୁସୂଦନ ସାହୁ, ପୂର୍ବତନ ମେୟର ସୌମେନ୍ଦ୍ର ଘୋଷ, ପୂର୍ବତନ କର୍ପୋରେଟର ରଞ୍ଜନ ବିଶ୍ୱାଳ ଓ ସଂଯୋଜକ ଦେବୀପ୍ରସାଦ ଦାଶ ଉପସ୍ଥିତ ରହି ମେଳା ସଂପର୍କରେ ସୂଚନା ଦେଇଥିଲେ। ୧୦ ବର୍ଷ ହେଲା ଏହି ମେଳାରେ ‘ଅଟୋ ଏକ୍ସପୋ’ର ଆୟୋଜନ ହୋଇଆସୁଛି ଏବଂ ଏଥର ମଧ୍ୟ ୧୫ଟି ଷ୍ଟଲ୍‍କୁ ନେଇ ଏହା କରାଯାଉଛି। ସବୁବର୍ଷ ଭଳି ଏଥର ମଧ୍ୟ ଦୁଇଦିନ(ମାର୍ଚ୍ଚ ୧୭ ଓ ୧୮ ତାରିଖ) ପିଲାଙ୍କ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ ହେଉଛି। କୃତୀ ପ୍ରତିଯୋଗୀଙ୍କୁ ସାଂସ୍କୃତିକମଞ୍ଚରେ ୨୦ ତାରିଖ ସନ୍ଧ୍ୟାରେ ପୁରସ୍କୃତ କରାଯିବ। ପ୍ରତି ସଂଧ୍ୟାରେ ଏହି ମଞ୍ଚରେ ସଂଗୀତ ଓ ନୃତ୍ୟ ପରିବେଷିତ ହେବ ବୋଲି ଆୟୋଜକ ମଣ୍ଡଳୀ ପକ୍ଷରୁ ଦିଲ୍ଲୀପ ସାହୁ, ସଂଜୀବ୍‍ ବେହେରା, ରମେଶ ଚନ୍ଦ୍ର ସାହୁ, ଓ ରାଜକିଶୋର ସାହୁ ସୂଚନା ଦେଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories