www.samajalive.in
Sunday, December 14, 2025
16.1 C
Bhubaneswar

ବର୍ତ୍ତମାନ ଓଡ଼ିଶା, ପଶ୍ଚିମବଙ୍ଗ, କର୍ଣ୍ଣାଟକ ଉପରେ ନଜର: ଅମିତ ଶାହା

ନୂଆଦିଲ୍ଲୀ : ତ୍ରିପୁରାରେ ସଂଖ୍ୟାଗରିଷ୍ଠତା ହାସଲ କରିବା ସହ ନାଗାଲାଣ୍ଡ ଓ ମେଘାଳୟ ବିଧାନସଭା ନିର୍ବାଚନରେ ଦଳର ପ୍ରଦର୍ଶନରେ ଯଥେଷ୍ଟ ଉନ୍ନତି ଘଟିଥିବାରୁ ବିଜେପି ନେତୃବୃନ୍ଦ ବେଶ ଉତ୍ସାହିତ ହୋଇପଡିଛନ୍ତି। ଆଗାମୀ ଦିନରେ ଦଳ ତିନିଟି ରାଜ୍ୟ ଯଥା ଓଡ଼ିଶା, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକରେ ସରକାର ଗଢିବାକୁ ଲକ୍ଷ୍ୟ ରଖିଛି ବୋଲି ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ଉଦ୍‌ବୋଧନ ଦେବା ଅବସରରେ ବିଜେପି ସଭାପତି ଅମିତ ଶାହା କହିଛନ୍ତି। ଉତ୍ତର ପୂର୍ବାଞ୍ଚଳରେ ଦଳର ଏଭଳି ପ୍ରଦର୍ଶନ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶୋନ୍ମୁଖୀ ନୀତି ଯୋଗୁଁ ସମ୍ଭବ ହୋଇଥିବାବେଳେ ୨୦୧୯ ଲୋକସଭା ନିର୍ବାଚନର ଏହା ଏକ ପ୍ରାକ୍‌ ସଙ୍କେତ ବୋଲି ବିଜେପି ସଭାପତି ଶାହା କହିଛନ୍ତି। ବିଜେପି ଯେ କେବଳ ହିନ୍ଦୀ ଭାଷାଭାଷୀ ରାଜ୍ୟରେ ପ୍ରାଧାନ୍ୟ ବିସ୍ତାର କରିଛି ବୋଲି ଯେଉଁ ଅଭିଯୋଗ ହେଉଛି, ତାହା ଏହି ତିନିଟି ରାଜ୍ୟର ଫଳାଫଳରୁ ମିଥ୍ୟା ପ୍ରମାଣିତ ହୋଇଥିବା ଶାହା କହିଛନ୍ତି। ତ୍ରିପୁରାରେ ବିଜେପି ପ୍ରଚୁର ଅର୍ଥବଳ ବିନିଯୋଗ କରିଛି ବୋଲି ସିପିଏମ ଯେଉଁ ଅଭିଯୋଗ କରିଛି ତାହାକୁ ସେ ଖଣ୍ଡନ କରିଛନ୍ତି। ଉତ୍ତର ପୂର୍ବ ରାଜ୍ୟରେ ଭୋଟଗଣତି ଚାଲିଥିବାବେଳେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଇଟାଲୀ ଗସ୍ତରେ ଯାଇଥିବାରୁ ସାମ୍ବାଦିକମାନେ ଏ ସମ୍ପର୍କରେ ଶାହାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉତ୍ତରରେ ଶାହା କହିଥିଲେ ଯେ ସମ୍ଭବତଃ ଇଟାଲୀରେ ନିର୍ବାଚନ ହେଉଥିବାରୁ ରାହୁଲ ଦଳୀୟ ସ୍ଥିତି ବୁଝିବାକୁ ସେଠାକୁ ଯାଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories