www.samajalive.in
Tuesday, December 9, 2025
26.1 C
Bhubaneswar

ହୋଣ୍ଡାର ୨୦୨୦ ଆଫ୍ରିକା ଟ୍ୱିନ ଆଡଭେଞ୍ଚର ସ୍ପୋର୍ଟସ ଭାରତ ବଜାରରେ

ଭୁବନେଶ୍ୱର : ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ ପକ୍ଷରୁ ୨୦୨୦ ଆଫ୍ରିକା ଟ୍ୱିନ ଆଡଭେଞ୍ଚର ସ୍ପୋର୍ଟସ ବାଇକ ବିଏସ୬ ମଡେଲକୁ ଉନ୍ମୋଚନ କରାଯାଇଛି। ୨୦୨୦ ଡାକାର ରାଲିର ବିଶ୍ୱ ଚମ୍ପିଆନ ରିକି ବ୍ରାବେକଙ୍କ ଦ୍ୱାରା ଏହି ବାଇକର ଉଭୟ ମାନୁଆ ଏବଂ ଡିସିଟି ଟ୍ରାନ୍‍ସମିଶନ ସଂସ୍କରଣ ଉନ୍ମୋଚିତ ହୋଇଛି। ଗତ ଜାନୁଆରୀରେ ସେ ପ୍ରଥମ ଆମେରିକୀୟ ଚାଳକ ଭାବେ ଡାକାର ରାଲି ଜିତିବାର ସୌଭାଗ୍ୟ ଲାଭ କରିଥିଲେ। ଏହି ନୂଆ ମଡେଲ ସମ୍ପର୍କରେ କମ୍ପାନୀର ସଭାପତି, ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ମିନୁରୋ କାଟୋ କହିଛନ୍ତି ଯେ ପ୍ରିମିୟମ ମୋଟରସାଇକଲ ବ୍ୟବସାୟରେ ହୋଣ୍ଡା ବିଏସ୬ ଯୁଗ ଆରମ୍ଭ କରିଛି। ୨୦୨୦ ଆଫ୍ରିକା ଟ୍ୱିନ ରୋମାଞ୍ଚକୁ ଏହା ପରବର୍ତ୍ତୀସ୍ତରକୁ ନେବା ବିଶ୍ୱାସ ରହିଛି। ଆଗାମୀ ଦିନରେ କମ୍ପାନୀ ତାହାର ପ୍ରିମିୟମ ମୋଟରସାଇକଲ ବ୍ୟବସାୟରୁ ଅନେକ କିଛି ଆଶା କରୁଛି। କମ୍ପାନୀର ବରିଷ୍ଠ ଉପସଭାପତି ବିକ୍ରୟ ଏବଂ ମାର୍କେଟିଂ ୟଦବିନ୍ଦର ସିଂହ ଗୁଲେରିଆ କହିଛନ୍ତି, ୨୦୧୭ରେ ଭାରତରେ ପ୍ରଥମେ ଉନ୍ମୋଚିତ ହେବା ପରଠାରୁ ଆଫ୍ରିକା ଟ୍ୱିନ୍‍ ୨୦୦ରୁ ଅଧିକ ରୋମାଞ୍ଚପ୍ରେମୀଙ୍କ ପସନ୍ଦ ପାଲଟିଛି। ଏହା ପର୍ଲ ଗ୍ଲେୟାର ହ୍ୱାଇଟ ଏବଂ ଡାର୍କନେସ ବ୍ଲାକ ମେଟାଲିକ ରଙ୍ଗରେ ଉପଲବ୍ଧ ହେଉଛି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories