www.samajalive.in
Friday, December 5, 2025
20.1 C
Bhubaneswar

ପଞ୍ଜାବକୁ ବ୍ୟାପିଲା କରୋନା: ଅମୃତସରରେ ୨ ଚିହ୍ନଟ, ଆକ୍ରାନ୍ତ ସଂଖ୍ୟା ୩୩

ଅମୃତସର: ଦେଶରେ ଭୟର ବାତାବରଣ ସୃଷ୍ଟି କରିଥିବା କରୋନା ଭୂତାଣୁ ଜନିତ ଆକ୍ରାନ୍ତ ସଂଖ୍ୟା ଶନିବାର ୩୩ରେ ପହଞ୍ଚିଛନ୍ତି। ଗତ ଶୁକ୍ରବାର ଜଣେ ରୋଗୀ ଚିହ୍ନଟ ହେବା ପରେ ଆକ୍ରାନ୍ତ ସଂଖ୍ୟା ୩୧ରେ ପହଞ୍ଚିଥିଲା। କିନ୍ତୁ ଶନିବାର ପଞ୍ଜାବର ଅମୃତସରରେ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ରକ୍ତ ଏବଂ ସ୍ବାବ୍‌ ନମୁନା ପରୀକ୍ଷା ପରେ ରିପୋର୍ଟ ପଜିଟିଭ୍‌ ଆସିଛି। ଏହା ପରେ ଉଭୟଙ୍କୁ ଆଇସୋଲେଶନରେ ରଖି ଚିକିତ୍ସା ବ୍ୟବସ୍ଥା କରାଯାଇଛି। ଅମୃତସର ମେଡିକାଲ ଅଧୀକ୍ଷକ ରମନ ଶର୍ମା କହିଛନ୍ତି ଯେ, ଏହି ଦୁଇ ଯୁବକ ଗତ ୩ ତାରିଖରେ ଦିଲ୍ଲୀରୁ ବିମାନରେ ଅମୃତସର ଆସିଥିଲେ। ସେମାନଙ୍କୁ ବିମାନବନ୍ଦରରୁ ସିଧାସଳଖ ହସ୍ପିଟାଲ ଅଣାଯାଇଥିଲା। ଏହି ଦୁଇଜଣଙ୍କ ଘର ହୋଶିୟାରପୁର ଅଞ୍ଚଳରେ। ସେମାନେ ଇଟାଲୀ ଯାଇଥିଲେ। ଗତ ୩ ତାରିଖରେ ଇଟାଲୀରୁ ଭାରତ ଆସିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories