www.samajalive.in
Monday, December 8, 2025
24.1 C
Bhubaneswar

କେବିସି ନାଁରେ ଠକେଇ ପଛରେ ପାକିସ୍ତାନୀ ଗ୍ୟାଙ୍ଗ୍‍, ୩ ଗିରଫ

ମୁମ୍ବଇ: ବଲିଉଡ଼ ମହାନାୟକ ଅମିତାଭ ବଚ୍ଚନଙ୍କ ଟିଭି ରିୟାଲିଟି ଶୋ’ ‘କୌନ୍‍ ବନେଗା କରୋଡ଼ପତି’ର ଲୋକପ୍ରିୟତା କାହାରିକୁ ଅଛପା ନାହିଁ। ହେଲେ ବହୁବାର ଦେଖିବାକୁ ମିଳିଛି ଶୋ’ର ଲୋକପ୍ରିୟତାର ଅପବ୍ୟବହାର କରାଯାଉଛି। ପ୍ରତିଯୋଗୀମାନଙ୍କୁ ଟଙ୍କା ଓ ଶୋ’ରେ ଏଣ୍ଟ୍ରି କରାଇଦେବା ନାଁରେ ବହୁତ ଥର ଠକାମିର ସାମ୍ନା କରିବାକୁ ପଡ଼ିଛି। ଏହିପରି ଏକ ଘଟଣା ଏବେ ପୁଣି ସାମ୍ନାକୁ ଆସିଛି।

‘କୌନ୍‍ ବନେଗା କରୋଡ଼ପତି’ ଶୋ ନାଁରେ ଲୋକଙ୍କୁ ଠକୁଥିବା ଏକ ଗ୍ୟାଙ୍ଗ୍‍ର ପର୍ଦ୍ଦାଫାଶ କରିଛି ଦିଲ୍ଲୀ ପୁଲିସ। ଠକାମିର ଏହି ଆଡ୍ଡା ଦିଲ୍ଲୀ କିମ୍ବା ଭାରତରୁ ନୁହେଁ, ବରଂ ପାକିସ୍ତାନରୁ ପରିଚାଳନା କରାଯାଉଥିଲା। ଦିଲ୍ଲୀ ପୁଲିସ ସାଇବର ସେଲ୍‍ ଏହି ଗ୍ୟାଙ୍ଗ୍‍ର ତିନି ଜଣ ଠକଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ପଚରାଉଚରା ଜାରି ରହିଛି।

- Advertisement -

ଦିଲ୍ଲୀ ପୁଲିସ ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦେଇ କହିଛି ଯେ, କେବିସି ନାଁରେ ଠକାମି ପ୍ରଥମ ଘଟଣା ନୁହେଁ। ଦେଶରେ ଏହା ପୂର୍ବରୁ ଏହି ଶୋ’ ନାଁରେ ଅନେକ ଠକେଇ ଘଟଣା ସାମ୍ନାକୁ ଆସିଛି। କିନ୍ତୁ ଏହା ହେଉଛି ପ୍ରଥମ ମାମଲା, ଯେଉଁଥିରେ କେବିସି ନାଁରେ ଠକିବାକୁ ଠକମାନେ ପାକିସ୍ତାନରେ ଆଡ୍ଡା କରିଛନ୍ତି। ତେବେ ଦେଖିବା ବାକି ରହିଲା ଏହି ଘଟଣାରେ ଆଗକୁ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories