ଅମୃତସର: ଦେଶରେ ଭୟର ବାତାବରଣ ସୃଷ୍ଟି କରିଥିବା କରୋନା ଭୂତାଣୁ ଜନିତ ଆକ୍ରାନ୍ତ ସଂଖ୍ୟା ଶନିବାର ୩୩ରେ ପହଞ୍ଚିଛନ୍ତି। ଗତ ଶୁକ୍ରବାର ଜଣେ ରୋଗୀ ଚିହ୍ନଟ ହେବା ପରେ ଆକ୍ରାନ୍ତ ସଂଖ୍ୟା ୩୧ରେ ପହଞ୍ଚିଥିଲା। କିନ୍ତୁ ଶନିବାର ପଞ୍ଜାବର ଅମୃତସରରେ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ରକ୍ତ ଏବଂ ସ୍ବାବ୍ ନମୁନା ପରୀକ୍ଷା ପରେ ରିପୋର୍ଟ ପଜିଟିଭ୍ ଆସିଛି। ଏହା ପରେ ଉଭୟଙ୍କୁ ଆଇସୋଲେଶନରେ ରଖି ଚିକିତ୍ସା ବ୍ୟବସ୍ଥା କରାଯାଇଛି। ଅମୃତସର ମେଡିକାଲ ଅଧୀକ୍ଷକ ରମନ ଶର୍ମା କହିଛନ୍ତି ଯେ, ଏହି ଦୁଇ ଯୁବକ ଗତ ୩ ତାରିଖରେ ଦିଲ୍ଲୀରୁ ବିମାନରେ ଅମୃତସର ଆସିଥିଲେ। ସେମାନଙ୍କୁ ବିମାନବନ୍ଦରରୁ ସିଧାସଳଖ ହସ୍ପିଟାଲ ଅଣାଯାଇଥିଲା। ଏହି ଦୁଇଜଣଙ୍କ ଘର ହୋଶିୟାରପୁର ଅଞ୍ଚଳରେ। ସେମାନେ ଇଟାଲୀ ଯାଇଥିଲେ। ଗତ ୩ ତାରିଖରେ ଇଟାଲୀରୁ ଭାରତ ଆସିଛନ୍ତି।
ପଞ୍ଜାବକୁ ବ୍ୟାପିଲା କରୋନା: ଅମୃତସରରେ ୨ ଚିହ୍ନଟ, ଆକ୍ରାନ୍ତ ସଂଖ୍ୟା ୩୩
Popular Categories



