www.samajalive.in
Sunday, December 14, 2025
15.1 C
Bhubaneswar

ଦିଲ୍ଲୀ ହିଂସା: ମୃତ୍ୟୁ ସଂଖ୍ୟା ୫୩କୁ ବୃଦ୍ଧି, ତାହିର ହୁସେନ୍ ଗିରଫ, ୬୫୪ ମାମଲା ରୁଜ୍ଜୁ, ୧୮୨୦ ଗିରଫ

ସମାଜ ପୋର୍ଟାଲ ଡେସ୍କ (ସତ୍ୟବ୍ରତ ବେହୁରା): ଗତ ସପ୍ତାହରେ ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସା ଯୋଗୁଁ ମୃତ୍ୟୁ ସଂଖ୍ୟା ଆଜି ସୁଦ୍ଧା (ଗୁରୁବାର) ୫୩କୁ ବୃଦ୍ଧି ପାଇଛି। ଜିଟିବି ହସ୍ପିଟାଲରେ ଚାଳିଶ ଜଣ, ଆରଏମଏଲ ଡାକ୍ତରଖାନାରେ ପାଞ୍ଚ ଜଣ, ଏଲଏନଜେପି ଡାକ୍ତରଖାନାରେ ତିନି ଜଣ ଏବଂ ଜଗ ପ୍ରଭାସ ଚନ୍ଦ୍ର ଡାକ୍ତରଖାନାରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟ ପକ୍ଷରେ ଦିଲ୍ଲୀ ହିଂସାର ଅନ୍ୟତମ ମାଷ୍ଟର ମାଇଣ୍ଡ ତଥା ଆଇବି ଅଧିକାରୀ ଅଙ୍କିତ ଶର୍ମା ହତ୍ୟା ମାମଲାରେ ଆମ ଆଦମୀ ପାର୍ଟି କର୍ପୋରେଟର ତାହିର ହୁସେନ୍‌ଙ୍କୁ ଗୁରୁବାର ଦିଲ୍ଲୀ ପୁଲିସ ଗିରଫ କରିଛି। କୋର୍ଟରେ ଆତ୍ମସମର୍ପଣ କରିବା ଲାଗି ସେ କରିଥିବା ଆବେଦନ ପ୍ରତ୍ୟାଖ୍ୟାନ ହେବା ପରେ ତାକୁ ପୁଲିସ ଗିରଫ କରିଛି। ଅନ୍ୟ ପକ୍ଷରେ କେତେକ ବିଦେଶୀ ସଂସ୍ଥା ପକ୍ଷରୁ ଦିଲ୍ଲୀ ହିଂସାକୁ ନେଇ ସମାଲୋଚନା କରାଯାଇଥିବା ବେଳେ ବିଦେଶ ମନ୍ତ୍ରଣାଳୟ କହିଛି, ଦିଲ୍ଲୀର ପରିସ୍ଥିତି ସ୍ୱାଭାବିକ ଅବସ୍ଥାକୁ ଫେରୁଛି।

୬୫୪ ମାମଲା ପଞ୍ଜିକୃତ, ୧୮୨୦ ଗିରଫ
ଆଜି ପୁଲିସ କହିଛି ଯେ ଉତ୍ତର-ପୂର୍ବ ଦିଲ୍ଲୀ ହିଂସା ମାମଲାରେ ୬୦୦ ରୁ ଅଧିକ ମାମଲା ରୁଜ୍ଜୁ କରାଯାଇଛି। ପଞ୍ଜୀକୃତ ହୋଇଥିବା ୬୫୪ଟି ମାମଲା ମଧ୍ୟରୁ ୪୭ଟି ବେଆଇନ ଅସ୍ତ୍ରଶସ୍ତ୍ର ସହ ଜଡିତ ବୋଲି ଏକ ବିବୃତ୍ତିରେ କୁହାଯାଇଛି। ସାମ୍ପ୍ରଦାୟିକ ହିଂସାରେ ଏପର୍ଯ୍ୟନ୍ତ ୧୮୨୦ ଜଣଙ୍କୁ ଗିରଫ କରାଯାଇଥିବା ବୋଲି ପୁଲିସ କହିଛି।

ଆବାସିକ ଗୃହ ପାଇଁ କ୍ଷତିପୂରଣ ବୃଦ୍ଧି
ଦିଲ୍ଲୀ କ୍ୟାବିନେଟ୍ ଉତ୍ତର-ପୂର୍ବ ଭାଗରେ ହୋଇଥିବା ହିଂସା ଘଟଣାରେ ଆବାସିକ ଗୃହଗୁଡିକର କ୍ଷତିପୂରଣ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରୀ ସୂଚନା ଅନୁଯାୟୀ, ବହୁ ମହଲା କୋଠାର ପ୍ରତ୍ୟେକ ମହଲାକୁ କ୍ଷତିପୂରଣ ପ୍ରଦାନ ଉଦ୍ଦେଶ୍ୟରେ ଆବାସିକ ୟୁନିଟ୍ ଭାବରେ ଗଣାଯିବ।

- Advertisement -

ପୁଲିସକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ – ଉଦ୍ଧାର ହୋଇଥିବା ଅଜ୍ଞାତ ମୃତଦେହ ବିବରଣୀ ପ୍ରକାଶ କର
ଉତ୍ତରପୂର୍ବ ଦିଲ୍ଲୀରେ ହୋଇଥିବା ହିଂସା ପରେ ସରକାରୀ ଡାକ୍ତରଖାନାକୁ ଅଣାଯାଇଥିବା ସମସ୍ତ ଅଜ୍ଞାତ ମୃତଦେହର ଫଟୋ ଓ ବିବରଣୀ ୱେବସାଇଟରେ ପ୍ରକାଶ କରିବାକୁ ଦିଲ୍ଲୀ ହାଇକୋର୍ଟ ଇତି ମଧ୍ୟରେ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ସିଦ୍ଧାର୍ଥ ମ୍ରିଦୁଲ ଏବଂ ଆଇଏସ୍ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ହିଂସା ସମୟରେ ନିଖୋଜ ହୋଇଯାଇଥିବା ଜଣେ ବ୍ୟକ୍ତିଙ୍କ ଭାଉଜଙ୍କ ନିବେଦନ ଶୁଣିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି।

ପରିସ୍ଥିତି ସ୍ୱାଭାବିକ ହେଉଛି – ବିଦେଶ ମନ୍ତ୍ରାଳୟ
ଜାତୀୟ ରାଜଧାନୀରେ ସଂଗଠିତ ହିଂସା ଉପରେ ବିଶ୍ୱସ୍ତରୀୟ ସଂସ୍ଥାଗୁଡ଼ିକର ସମାଲୋଚନାର ଜବାବରେ ଦିଲ୍ଲୀର ପରିସ୍ଥିତି ଦ୍ରୁତ ଗତିରେ ସ୍ୱାଭାବିକ ହେଉଛି ବୋଲି ବିଦେଶ ମନ୍ତ୍ରଣାଳୟ କହିଛି। ଦିଲ୍ଲୀ ହିଂସାକୁ ନେଇ ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏରଦୋଗାନଙ୍କ ମନ୍ତବ୍ୟ ତାଙ୍କ ରାଜନୈତିକ ଏଜେଣ୍ଡା ଦ୍ୱାରା ପରିଚାଳିତ ବୋଲି ବିଦେଶ ମନ୍ତ୍ରଣାଳୟ କହିଛି। ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ସୁରକ୍ଷା ସଂସ୍ଥା ଯଥାସମ୍ଭବ ଉଦ୍ୟମ କରୁଛନ୍ତି ବୋଲି ବିଦେଶ ମନ୍ତ୍ରାଳୟ କହିଛି।

କ୍ଷୟକ୍ଷତିର ଆକଳନ କରାଯିବ, କ୍ଷତିପୂରଣ ଶୀଘ୍ର ଦିଆଯିବ – ଦିଲ୍ଲୀ ଉପରାଜ୍ୟପାଳ
ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ ଉତ୍ତର-ପୂର୍ବ ଜିଲ୍ଲାର ହିଂସା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ସ୍ୱାଭାବିକ ଅବସ୍ଥା ଫେରୁଥିବା କହିଛନ୍ତି। ବିଦ୍ୟାଳୟଗୁଡ଼ିକ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି ଏବଂ ସମସ୍ତ କ୍ଷୟକ୍ଷତିର ଆକଳନ କରାଯାଉଛି ଓ ସେହି ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ବୈଜଲ କହିଛନ୍ତି।

ନାଗରିକ ଆଇନ ବିରୋଧୀ ଓ ସପକ୍ଷବାଦୀଙ୍କୁ ଗିରଫ ନିର୍ଦ୍ଦେଶ
ବୈଧ ଅନୁମତି ବିନା ସର୍ବସାଧାରଣ ରାସ୍ତାରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ଏବଂ ସପକ୍ଷରେ ପ୍ରଦର୍ଶନ କରୁଥିବା ସମସ୍ତଙ୍କୁ ଗିରଫ କରିବାକୁ ମାଡ୍ରାସ ହାଇକୋର୍ଟ ତାମିଲନାଡୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି, କେବଳ ଏତଲା ପଞ୍ଜୀକରଣ ହେଲେ ସ୍କୁଲ ପିଲା ଏବଂ ଅନ୍ୟମାନଙ୍କ ଅସୁବିଧା ଦୂର ହେବ ନାହିଁ। ଏ ନେଇ ହିନ୍ଦୁ ମୁନେତ୍ର କଡଗମ ସଭାପତି ତଥା ପେଶାରେ ଜଣେ ଓକିଲ ଭାବରେ କେ ଗୋପୀନାଥ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories