www.samajalive.in
Saturday, December 6, 2025
23.1 C
Bhubaneswar

ଓଡିଶା ଆଶ୍ଵସ୍ଥ – ଏସସିବିରେ ସନ୍ଦିଗ୍ଧ କରୋନା ସଂକ୍ରମଣଙ୍କ ରକ୍ତ ନମୁନା ନେଗେଟିଭ

କଟକ : ଶେଷରେ ଓଡିଶା ଆଶ୍ଵସ୍ଥ ହୋଇଛି। କଟକ ଏସସିବିରେ କରୋନା ସଂକ୍ରମଣ ସନ୍ଦେହରେ ଭର୍ତ୍ତି ହୋଇଥିବା ଭାରତୀୟ ଦମ୍ପତିଙ୍କ ରକ୍ତ ନମୁନା ନେଗେଟିଭ ରହିଥିବା ଜଣାପଡିଛି। ଏସସିବିର ଜରୁରୀ କାଳୀନ ଅଧିକାରୀ ଏ ସଂପର୍କରେ ସୂଚନା ଦେଇଛନ୍ତି।

ମଙ୍ଗଳବାର ଏହି ୨ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଥିଲା। ସିଙ୍ଗାପୁରରୁ ପାରାଦୀପ ବନ୍ଦରକୁ ଆସିଥିବା ସେନଷ୍ଟାର ନାମକ ଜାହାଜର କର୍ମଚାରୀ ତଥା ସେକେଣ୍ଡ ଇଞ୍ଜିନିୟର ଓ ତାଙ୍କ ପତ୍ନୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସମୟରେ ଥଣ୍ଡା ଓ ଜ୍ବର ଥିବା ଜଣାପଡ଼ିଥିଲା। ବିଶେଷ କରି ଇଞ୍ଜିନିୟରଙ୍କ ଶରୀରରେ ଉଚ୍ଚ ତାପମାତ୍ରା ଥିବା ପରିଲକ୍ଷିତ ହୋଇଥିଲା। ଏସବୁ ଲକ୍ଷଣ ଦେଖି କରୋନା ସନ୍ଦେହରେ ଦମ୍ପତ୍ତିଙ୍କୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ  କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଥିଲା। ତେବେ ରକ୍ତ ନମୁନା ପରୀକ୍ଷାପରେ ତାହା ନେଗେଟିଭ ଥିବା ଜଣାପଡିଛି।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories