www.samajalive.in
Sunday, December 14, 2025
14.1 C
Bhubaneswar

ହୋଲି ପୂର୍ବ ପ୍ରସ୍ତୁତି ପାଇଁ କିଛି ଟିପ୍ସ

ହୋଲି ପର୍ବ ପାଇଁ ପ୍ରସ୍ତୁତି ଅନେକ ଦିନ ପୂର୍ବରୁ ଆରମ୍ଭ ହୋଇ ଯାଇଥାଏ। ବେଳେବେଳେ ଗୁଜିଆ, ମଠରୀ ଏବଂ ପାପଡ ଇତ୍ୟାଦି କରିବାରେ ଏପରି ତ୍ରୁଟି ରହିଥାଏ, ଯାହା ଦ୍ବାରା ତାହା ଖରାପ ହୋଇ ଯାଇଥାଏ ବା ଛାଣିବା ସମୟରେ ଭାଙ୍ଗିଯାଏ।

ଆଜି ଆମେ ଆପଣଙ୍କୁ ହୋଲି ଖାଦ୍ୟ ପଦାର୍ଥ ସହିତ ଜଡିତ କିଛି ଏଭଳି ଟିପ୍ସ ଜଣାଇବୁ, ଯାହା ହୋଲି ପ୍ରସ୍ତୁତିରେ ଆପଣଙ୍କୁ ବହୁତ ସାହାଯ୍ୟ କରିବ।

- Advertisement -

ଗୁଜିଆକୁ ଅଧିକ ସ୍ବାସ୍ଥ୍ୟକର ବନାଇବା ପାଇଁ ଆପଣ ମଇଦା ବଦଳରେ ଅଟା ମଧ୍ୟ ବ୍ୟବହାର କରିପାରିବେ। ଆପଣ ଅଟାରେ ଅଳ୍ପ ଲୁଣ ମିଶାଇ ଗୁଜିଆ ତିଆରି କରିପାରିବେ। ଗୁଜିଆକୁ ଛାଣିବା ପରିବର୍ତ୍ତେ ଆପଣ ଏହାକୁ ଓଭେନରେ ପ୍ରସ୍ତୁତ କରି ପାରିବେ। ଗୁଜିଆକୁ ଓଭେନରେ ପ୍ରସ୍ତୁତ କରିବା ପୂର୍ବରୁ ପ୍ରଥମେ ତାହାକୁ ଏକ ଟ୍ରେରେ ରଖି ଅଳ୍ପ କ୍ଷୀର ଲଗାଇ ଦେବେ।

ହୋଲିରେ ଘରେ ଘରେ ଥଣ୍ଡାଇ ବା ସରବତ୍ ପ୍ରସ୍ତୁତ କରାଯାଏ। ଏଥିରେ ଚିନି ବଦଳରେ ମିଶ୍ର ବ୍ୟବହାର କରିପାରିବେ।

ସରବତ୍ ପ୍ରସ୍ତୁତ କରିବା ପାଇଁ ପୂର୍ବରୁ ବିଭିନ୍ନ ଫ୍ଲେବର ଯେମିତି ଆମ୍ବ, ଷ୍ଟ୍ରବେରୀ ଇତ୍ୟାଦିରେ ବରଫ କ୍ୟୁବ୍ ପ୍ରସ୍ତୁତ କରି ରଖନ୍ତୁ।

ସାଗୁ ପାମ୍ପଡ ତିଆରି କରିବା ପାଇଁ ଛୋଟ ସାଗୁ ଆବଶ୍ୟକ ପଡେ। ତେଣୁ ଛୋଟ ସାଗୁ ବଜାରରୁ କିଣି ଆଣନ୍ତୁ।

ପର୍ବ ସମୟରେ ସବୁଥିରେ ଗୁଜୁରାତି ବ୍ୟବହାର କରାଯାଏ। ତେଣୁ ଆଗରୁ ଗୁଜୁରାତିର ଚୋପା ବାହାର କରି ଚିନି ସହ ପେଶି ପାଉଡର ପ୍ରସ୍ତୁତ କରନ୍ତୁ। ଏହାକୁ ସହଜରେ ଆପଣ ବ୍ୟବହାର କରିପାରିବେ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories