www.samajalive.in
Friday, December 5, 2025
27.1 C
Bhubaneswar

ପାରା ହତ୍ୟାକାଣ୍ଡ: ପୂର୍ବତନ ବିଜେଡି କାଉନସିଲରଙ୍କ ସମେତ ୩ ଗିରଫ

ପୁରୀ: ବହୁ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର ପାରା ହତ୍ୟା ମାମଲାରେ ପୁରୀ ପୁଲିସ ଗୁରୁବାର ଜଣେ ବିଜେଡି ନେତାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ଗିରଫ ବିଜେଡି ନେତା ହେଉଛନ୍ତି ପୂର୍ବତନ କାଉନସିଲର ପ୍ରଦୀପ କୁମାର ନାୟକ ଓରଫ ପିକା। ସେ ପୂର୍ବତନ ମନ୍ତ୍ରୀ ମହେଶ୍ଵର ମହାନ୍ତିଙ୍କର ଘନିଷ୍ଠ ବୋଲି ଜଣାପଡ଼ିଛି। ପୂର୍ବରୁ କୁମ୍ଭାରପଡ଼ା ପୁଲିସ ଏହି ମାମଲାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାଗିରଥୀ ପ୍ରଧାନଙ୍କ ସହିତ ଅନ୍ୟ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରେ ଜଣେ ମହିଳା ଥିଲେ। ହତ୍ୟାରେ ବ୍ୟବହୃତ ୨ଟି ବନ୍ଧୁକକୁ ବି ପୁଲିସ ଜବତ କରିଥିଲା।

ସୂଚନାଯୋଗ୍ୟ, ପୁରୀ ଜିଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ବୋତେଇ ଗ୍ରାମର ପାରା ପୁରୀ ସମେତ ଜିଲାର ବିଭିନ୍ନ ଅଞ୍ଚଳରେ ଆପରାଧିକ କାର୍ଯ୍ୟରେ ଲିପ୍ତ ଥିଲା। ତା’ ନାମରେ ହତ୍ୟା, ଆକ୍ରମଣ ଭଳି ଏକାଧିକ ମାମଲା ରହିଥିଲା। ପୁଲିସ ତାକୁ ଅନେକ ଥର ଗିରଫ କରି ଜେଲ୍‌ ପଠାଇବା ପରେ ବି ସେ ଜାମିନରେ ଆସି ପୁଣି ଆପରାଧିକ କାର୍ଯ୍ୟ କରୁଥିଲା। ମାତ୍ର କିଛିମାସ ତଳେ କେତେଜଣ ଦୁର୍ବୃତ୍ତ ତା’କୁ ପୁରୀରେ ଗୁଳି କରି ହତ୍ୟା କରିଥିଲେ। ଏପରି କି ନିମାପଡ଼ା ଏବଂ ଆଖପାଖ ଅଞ୍ଚଳରେ ବି ପାରାର କେତେଜଣ ସହଯୋଗୀ ମୁଣ୍ଡ ଟେକିଥିଲେ, ଯାହା ସ୍ଥାନୀୟ ଅଞ୍ଚଳରେ ଅଶାନ୍ତିର ବାତାବରଣ ସୃଷ୍ଟି କରିଥିଲା। ପାରା ଛତ୍ରଛାୟାରେ ରହି ସେମାନେ ନିଜର ପତିଆରା ଜାହିର କରିବା ଲାଗି ଲୋକଙ୍କୁ ଧମକଚମକ ଦେଉଥିଲେ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories