୧୬ ବର୍ଷରେ ଇଞ୍ଜିନିୟର

0

ହାଇଦ୍ରାବାଦ୍‍: ୧୬ ବର୍ଷ ବୟସରେ ତେଲେଙ୍ଗାନାର କେ ସମିଥା ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଯେଉଁ ବୟସରେ ଛାତ୍ରଛାତ୍ରୀମାନେ ମାଟ୍ରିକ ପରୀକ୍ଷା ଦେବା କଥା ସେହି ବୟସରେ ସମିଥା ଏହି କୃତିତ୍ୱ ହାସଲ କରି ରେକର୍ଡ ସ୍ଥାପନା କରିଛନ୍ତି। ସମିଥାଙ୍କ ପିତାମାତାଙ୍କ କହିବା ଅନୁଯାୟୀ, ମାତ୍ର ତିନି ବର୍ଷ ବୟସରେ ସେ ବିଶ୍ୱର ସବୁ ଦେଶର ରାଜଧାନୀର ନାମ କହିପାରୁଥିଲେ। ସେହି ସମୟରେ ସେ ଚତୁର୍ଥ ଓ ୧୦ ବର୍ଷ ବୟସରେ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ୨୦୧୪ରେ ତେଲେଙ୍ଗାନା ସରକାର ସମିଥାଙ୍କ ଏହି ପ୍ରତିଭା ବିଷୟରେ ଜାଣିବା ପରେ ତାଙ୍କୁ ବିନା ପ୍ରବେଶିକା ପରୀକ୍ଷାରେ ଚୈତନ୍ୟ ଭାରତୀ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଟେକନୋଲଜିରେ ପାଠ ପଢ଼ିବାରେ ସୁଯୋଗ ମିଳିଥିଲା। ପାଠପଢ଼ା ସହିତ ଅନ୍ୟାନ୍ୟ କ୍ଷେତ୍ରରେ ସନ୍ତୁଳନ ରକ୍ଷା କରିପାରିଲେ ଜଣେ ଜୀବନରେ ଉନ୍ନତି କରିପାରିବ ବୋଲି ସମିଥା କହିଛନ୍ତି।

Leave A Reply