www.samajalive.in
Sunday, December 14, 2025
15.1 C
Bhubaneswar

ବଡ଼ସାହି-ଆରପଟ୍ଟା ନିର୍ମାଣଧୀନ ରାସ୍ତା କାର୍ଯ୍ୟ ଅଧାରୁ ବନ୍ଦ

ବଡ଼ସାହି : ପୁର୍ତ୍ତ ବିଭାଗ, ବାରିପଦା-ପ୍ରତାପପୁର-ବଡ଼ସାହି-ମାଣତ୍ରୀ(ବିପିବିଏମ) ରାସ୍ତାର ଆରପଟ୍ଟା ଠାରୁ ବଡ଼ସାହି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଂଶ ବର୍ତ୍ତମାନ ମରଣଯନ୍ତା ପାଲଟିଛି। ନିମ୍ନ ମାନର କାର୍ଯ୍ୟ ପାଇଁ ଲୋକେ ବିଭାଗୀର କର୍ତ୍ତୃପକ୍ଷଙ୍କୁ ଅବଗତ କରିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ବାଧ୍ୟ ହୋଇ କାର୍ଯ୍ୟ ବନ୍ଦ ରଖିଛନ୍ତି। ଫଳରେ ନିର୍ଭରଶୀଳ ଜନସାଧାରଣ ଦୈନନ୍ଦିନ ଦୁର୍ଘଟଣାର ସମ୍ମଖୀନ ହେଉଛନ୍ତି। କାର୍ଯ୍ୟାରମ୍ଭ ସମୟରେ ପ୍ରଦର୍ଶିତ ଫଳକ ମାଟିରେ ପଡ଼ିଥିବା ବେଳେ ଉପରୋକ୍ତ ରାସ୍ତାର ୨୩.୭୧୦କିମିରୁ ୨୮.୦୦୦କିମି ଅଂଶ ପ୍ରଶସ୍ତି ଓ ଉନ୍ନତି କରଣ ପାଇଁ ୧କୋଟି ୨୫ଲକ୍ଷ ୯୨ହଜାର ଟଙ୍କା ବ୍ୟୟ ଅଟକଳରେ ଠିକାଦାର ଅଶୋକ କୁମାର ଦାସ ୨୦୧୯ ମସିହା ଫେବୃଆରୀ ୨୭ତାରିଖରୁ କାର୍ଯ୍ୟ ଆରମ୍ଭ କରିଥିବା ଦର୍ଶାଯାଇଛି। ୬ମାସ ମଧ୍ୟରେ ଅର୍ଥାତ ୨୦୧୯ ଜୁଲାଇ ୨୬ତାରିଖ ସୁଦ୍ଧା ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ନେଇ ବିଭାଗ ସହିତ ଚୁକ୍ତିନାମା କରିଥିଲେ। ତେବେ ରାସ୍ତା ପ୍ରଶସ୍ତି କରଣରେ ଉଭୟ ପାର୍ଶ୍ବ ନଖୋଳି ନାଳ ମାଟି ଫିଲିଂ କରିବା, ପିଚୁ ଡ଼ିସମେଟେଲିଂ ମେଟାଲକୁ ପୁନଃ ବ୍ୟବହାର ସାଙ୍ଗକୁ କମ୍‍ ଥିକ୍‍ନେସର ଧଳା ମେଟାଲ ବ୍ୟବହାର, ନିର୍ମାଣଧୀନ ପୋଲ ଉପରେ ସ୍ୱଳ୍ପ ମୋଟେଇ ଢଳେଇ, ବିପଦ ପୂର୍ଣ୍ଣ ଡ଼ାଇଭର୍ସନ ରାସ୍ତା, ଶ୍ରମିକଙ୍କୁ କମ୍‍ ମଜୁରୀ ପ୍ରଦାନ ପ୍ରତିବାଦ କରି ଚର୍ତୁଭୁଜ ପାତ୍ର, ପ୍ରଦୀପ ଆଚାର୍ଯ୍ୟ, ଯତୀନ୍ଦ୍ର ସିଂ, ସୁମନ୍ତ ପାତ୍ର, ଦୀନବନ୍ଧୁ ପାତ୍ର, ଲିଙ୍ଗରାଜ ପାତ୍ର ଓ ଲୁନିଆ ପାତ୍ର ପ୍ରମୁଖ ବିଭାଗୀୟ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

୨ସପ୍ତାହ ଧରି କାର୍ଯ୍ୟ ବନ୍ଦ ଥିବାରୁ ନିର୍ଭରଶୀଳ ଜନସାଧାରଣ ଅସୁବିଧା ଭୋଗୁଛନ୍ତି। ବଡ଼ସାହି ବଜାର ପାଖରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ଖାଲଖମାରେ ଭର୍ତ୍ତି ପାଇଁ ଅଞ୍ଚଳବାସୀ ପ୍ରତିଦିନ ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛନ୍ତି। ସେହିପରି ଅଦିନିଆ ବର୍ଷା ପାଇଁ ନିର୍ମାଣାଧୀନ ପୋଲ ଡ଼ାଇଭର୍ସନ ରାସ୍ତାରେ ଯା’ଆସ ଅସମ୍ଭବ ହେଉଛି। ରାତି ସମୟରେ କୌଣସି ସୂଚନା ଫଳକ ନଥିବାରୁ ଯାନବାହାନ ପୋଲରେ ଗଳି ପଡୁଛନ୍ତି। ଏହି ରାସ୍ତାରେ ଯାତାୟାତ କରୁଥିବା ଏକ ଯାତ୍ରୀବାହୀ ବସ କିଛି ଦିନ ତଳେ ଓଲଟିବା ଯାହାର ଉଦାହରଣ। ସେହିପରି ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ପାଇଁ ଅନ୍ୟ ଏକ ଦୁର୍ଘଟଣାରେ ଆହାତ ବର୍ତ୍ତମାନ କଟକ ବଡ଼ଡ଼ାକ୍ତରଖାନାରେ ଚିକିତ୍ସା ହେଉଛନ୍ତି। ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର ମଧ୍ୟ ଏହି ସମସ୍ୟା ସମ୍ପର୍କରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତେବେ ସେ ୨୯ତାରିଖରେ ଚାକିରୀରୁ ଅବସର ନେବା ପରେ ବାଲେଶ୍ୱର ନିର୍ବାହୀ ଯନ୍ତ୍ରୀ ଦାୟିତ୍ୱରେ ଥିବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ। ଏକ ବ୍ଲକ ମୁଖ୍ୟାଳୟରୁ ଜିଲଊା ମୁଖ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତା ଏକବର୍ଷ ଧରି ଅଧପାନ୍ତରିଆ ପଡ଼ିଥିଲେ ହେଁ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆନଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ତଦନ୍ତ ପୂର୍ବକ ଠିକାଦାରଙ୍କୁ କଳା ତାଲିକାଭୁକ୍ତ ଓ ଦାୟିତ୍ୱରେ ଥିବା ଯନ୍ତ୍ରୀ/କନିଷ୍ଠଯନ୍ତ୍ରୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅଭିଯୋଗକାରୀ ଦାବି କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories