www.samajalive.in
Sunday, December 14, 2025
14.1 C
Bhubaneswar

ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀର ବିକାଶ କମିଟି ବୈଠକ ଅନୁଷ୍ଠିତ

କଟକ : ଜିଲାପାଳ ଭବାନୀ ଶଙ୍କର ଚୟିନୀଙ୍କ ଆବାହକତ୍ବରେ ସୋମବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ନିର୍ବାଚନ ମଣ୍ଡଳୀ ବିକାଶ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଜିଲ୍ଲାର ସମସ୍ତ ବିଭାଗୀୟ ମୁଖ୍ୟମାନେ ଉପସ୍ଥିତ ରହିଥିଲେ । ବାରବାଟୀ-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀର ସାମୁହିକ ବିକାଶ ପାଇଁ ନିଆଯାଇଥିବା କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରାଯାଇଥିଲା । କମିଟିର ଅଧ୍ୟକ୍ଷ ତଥା ବାରବାଟୀ-କଟକ ବିଧାୟକ ଇଂ.ମହମ୍ମଦ ମୋକିମ ବୈଠକରେ ଯୋଗଦେଇ ରାସ୍ତାଘାଟ, ନାଳନର୍ଦ୍ଦମା ସଫେଇ ମରମତିରେ ସିଏମସିର ବେପୁରିଆ ମନୋଭାବ, ଜାଇକା କାର୍ୟ୍ୟର ବିଳମ୍ବ, ସ୍ୱାସ୍ଥ୍ୟ, ଶିକ୍ଷା, ବିଜୁଳି, ପାନୀୟଜଳ ଯୋଗାଣରେ ବ୍ୟାପକ ଅନିୟମିତତା ସଂପର୍କରେ ବିଧାୟକ ସମୀକ୍ଷା କରିଥିଲେ । ବୈଠକରେ ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ନୂତନ ପାଇପ ଲାଇନ ବିଛାଇବା କାର୍ଯ୍ୟ ମନ୍ଥର ହେଉଥିବାରୁ ବିଧାୟକ ଅସନ୍ତୋଷ ପ୍ରକାଶ କରିଥିଲେ ।

 ଏପରିକି ଏବେଠାରୁ କଟକ ସହରର ବଡ ଓ ମଧ୍ୟମ ନାଳରୁ ପଙ୍କୋଦ୍ଧାର କାର୍ଯ୍ୟ ତ୍ବରାନିତ୍ଵ କରିବା ପାଇଁ ପରାମର୍ଶ ଦେଇଥିଲେ । ଅଦିନିଆ ବର୍ଷ କିମ୍ବା ଆଗାମୀ ବର୍ଷ ଦିନେ ସହରବାସୀ ଯେପରି ଜଳନିଷ୍କାସନ ଜନିତ କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେ ଦିଗରେ ବିଭାଗୀୟ ଅଧିକାରୀମାନେ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଇଥିଲେ । ବର୍ଷ ବର୍ଷ ଧରି ବିଭିନ୍ନ କାର୍ଯ୍ୟ ପାଇଁ ତହସିଲକୁ ଆସୁଥିବା ଲୋକଙ୍କୁ କଷ୍ଟ ନ ଦେଇ ସହଯୋଗ କରିବା ସହିତ ଅଗ୍ରାଧିକାର ଭିଟଟିରେ ସେମାନଙ୍କୁ ସେବା ଯୋଗାଇ ଦେବାକୁ ଗୁରୁତ୍ଵ ଦେଇଥିଲେ । ଚଳିତ ଗ୍ରୀଷ୍ମଋତୁକୁ ଦୃଷ୍ଟିରେ ରଖି କଟକ ସହରର ସମସ୍ତ ପାନୀୟଜଳର ଉତ୍ସ ଗୁଡିକୁ କାର୍ଯ୍ୟକ୍ଷମ ରଖିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ଆଲୋଚନରେ କମିଟିର ସଭ୍ୟ କଟକ ମହାନଗର ନିଗମର କମିଶନର ଶ୍ରୀମତୀ ଅନନ୍ୟା ଦାସ ଓ ଏଡିଏମ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଉପ-ଜିଲ୍ଲାପାଳ ଶୁଭ୍ରାଂଶୁ ମିଶ୍ର, ପ୍ରକଳ୍ପ ପରିଚାଳକ ଡୁଡା ଶ୍ରୀମତୀ ସୁମିତା ସରକାର ପ୍ରମୁଖ ପଦାଧିକାରୀମାନେ ଉପସ୍ଥିତ ରହିଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories