www.samajalive.in
Saturday, December 6, 2025
15.1 C
Bhubaneswar

ଆଜିଠୁ ୨ୟ ପର୍ଯ୍ୟାୟ ବଜେଟ ଅଧିବେଶନ; ଦିଲ୍ଲୀ ହିଂସାକୁ ନେଇ ସରକାରକୁ ଘେରିବେ ବିରୋଧୀ

ନୂଆଦିଲ୍ଲୀ: ସୋମବାରଠାରୁ ସଂସଦର ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହେଉଛି। ଏଥିରେ ସରକାରଙ୍କୁ ଘେରିବା ଲାଗି ବିରୋଧୀଙ୍କୁ ଏକ ବଡ଼ ପ୍ରସଙ୍ଗ ମିଳିଯାଇଛି। ଦିଲ୍ଲୀ ଦଙ୍ଗାରେ ୪୫ ଜଣଙ୍କ ମୃତ୍ୟୁ ଘଟିଥିବାରୁ ଏହାକୁ ନେଇ ବିରୋଧୀମାନେ କେନ୍ଦ୍ର ସରକାରଙ୍କୁ ଅକଳରେ ପକାଇବା ଲାଗି ସମସ୍ତ ପ୍ରକାର ପ୍ରୟାସ କରିବେ। ଏଥିପାଇଁ କିଛି ରଣନୀତି ମଧ୍ୟ ପ୍ରସ୍ତୁତ ହୋଇଥିବା କୁହାଯାଉଛି। ସେପଟେ ସରକାର ବି ବିରୋଧୀଙ୍କୁ ଜବାବ ଦେବା ଲାଗି ପୂରା ପ୍ରସ୍ତୁତ ରହିଥିବା ଜଣାପଡ଼ିଛି।

କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମକେ, ବାମ ଦଳ, ଏଆଇଏମଆଇଏମ, ଆମ୍‌ ଆଦମୀ ପାର୍ଟି ସମେତ ଅନ୍ୟ କେତେକ ଦଳ ଦିଲ୍ଲୀରେ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗା ମାମଲାରେ ସଂସଦର ଉଭୟ ଗୃହରେ କାର୍ଯ୍ୟକୁ ସ୍ଥଗିତ ରଖିବା ଲାଗି ପ୍ରସ୍ତାବ ଆଗତ କରିବେ। ଏହା ସହିତ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ବି ଦାବି କରିବାର ରଣନୀତି ତିଆରି କରିଛନ୍ତି। ଲୋକସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ଦେଶର ରାଜଧାନୀ ୩ରୁ ୪ଦିନ ପର୍ଯ୍ୟନ୍ତ ହିଂସାର ନିଆଁରେ ଜଳିଲା। ଦିଲ୍ଲୀ ପୁଲିସ ସହିତ ଗୃହ ମନ୍ତ୍ରୀ ଅମିତ ଶାହ ହାତବାନ୍ଧି ବସିଲେ। ସରକାରଙ୍କ ମନ୍ତ୍ରୀ ଏବଂ ବିଜେପି ନେତାମାନେ ଆପତ୍ତିଜନକ ମନ୍ତବ୍ୟ ଦେଇ ସମ୍ପୂର୍ଣ୍ଣ ଦେଶର ବାତାବରଣକୁ ଖରାପ କରୁଛନ୍ତି। କିନ୍ତୁ ଆମେ ଚୁପ୍‌ ବସିବୁ ନାହିଁ। ଆମେ ଏହି ମାମଲାକୁ ସଂସଦର ଉଭୟ ଗୃହରେ ପୂରା ଦମ୍‌ରେ ଉଠାଇବୁ ଏବଂ ଶାହଙ୍କ ଇସ୍ତଫା ଦାବି କରିବୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories