www.samajalive.in
Wednesday, December 10, 2025
23.1 C
Bhubaneswar

ଏସିଆ ଏକାଦଶ ତରଫରୁ କୋହଲିଙ୍କ ଖେଳିବା ନେଇ ଅନିଶ୍ଚିତତା

ନୂଆଦିଲ୍ଲୀ  : ମାର୍ଚ୍ଚ ୨୧ ଓ ୨୨ ତାରିଖରେ ଏସିଆ ଏକାଦଶ ଓ ବିଶ୍ବ ଏକାଦଶ ମଧ୍ୟରେ ଦୁଇଟି ଟ୍ବେଣ୍ଟି୨୦ କ୍ରିକେଟ୍ ମ୍ୟାଚ୍ ଆୟୋଜନ ପାଇଁ ବାଂଲାଦେଶ କ୍ରିକେଟ୍‌ ଆସୋସିଏସନ୍‌ ଯୋଜନା ରଖିଛି।
ବାଂଲାଦେଶର ମହାନ୍‌ ନେତା ଶେଖ୍‌ ମୁଜିବୁର ରେହମାନ୍‌ଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଏହି ଦୁଇଟି ପ୍ରଦର୍ଶନୀ ମ୍ୟାଚ୍ ଖେଳାଯିବ। ଏସିଆ ଏକାଦଶ ତରଫରୁ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଖେଳିବେ ବୋଲି ଆଲୋଚନା ଚାଲିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏ ସଂପର୍କରେ କୌଣସି ଚୂଡାନ୍ତ ନିଷ୍ପତ୍ତି ହୋଇନଥିବା ବିସିିସିଆଇ ସୂତ୍ରରୁ ଜଣାପଡ଼ିଛି। କୋହଲି ଅତିକମ୍‌ରେ ଗୋଟିଏ ପ୍ରଦର୍ଶନୀ ମ୍ୟାଚ୍‌ ଖେଳିବେ ବୋଲି ବାଂଲାଦେଶ କ୍ରିକେଟ୍‌ ବୋର୍ଡ ଆଶା ରଖିଥିବା ବେଳେ ସେ ବର୍ତ୍ତମାନ ସୁଦ୍ଧା ଏସିଆ ଏକାଦଶ ତରଫରୁ ଖେଳିବାକୁ ସ୍ବୀକୃତି ପ୍ରଦାନ କରିନଥିବା ଜଣାପଡ଼ିଛି।
ବିସିସିଆଇ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଭାରତୀୟ ଦଳ ନ୍ୟୁଜିଲାଣ୍ଡରୁ ଫେରିବା ପରେ ଅଧିକ ମ୍ୟାଚ୍‌ ଖେଳୁଥିବା ଯୋଗୁଁ କୋହଲିଙ୍କ ଉପରେ ପଡୁଥିବା ଚାପର ତର୍ଜମା କରାଯିବ। ଏହାପରେ ସେ ଏସିଆ ଏକାଦଶ ତରଫରୁ ପ୍ରଦର୍ଶନୀ ମ୍ୟାଚ୍‌ରେ ଖେଳିବେ କି ନାହିଁ ସେ ସଂପର୍କରେ ନିଷ୍ପତ୍ତି ହେବ।
ନ୍ୟୁଜିଲାଣ୍ଡରେ ୬ ସପ୍ତାହ କଟାଇବା ପରେ ଭାରତୀୟ କ୍ରିକେଟ୍‌ ଦଳ ମାର୍ଚ୍ଚ ୬ରେ ଭାରତ ଫେରିବ। ଦଳ ମାର୍ଚ୍ଚ ୧୨, ୧୫ ଓ ୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ଟି ଦିନିକିଆ ମ୍ୟାଚ୍‌ ଖେଳିବ। ଏଥିନିମନ୍ତେ ସବୁ ଖେଳାଳି ମାର୍ଚ୍ଚ ୧୦ରେ ଧର୍ମଶାଳାରେ ଏକତ୍ରିତ ହେବ। ସେତେବେଳେ କ୍ରିକେଟର୍‌ଙ୍କ ଉପରେ ଅଧିକ ମ୍ୟାଚ୍‌ ଖେଳିବାରୁ ପଡୁଥିବା ଚାପ ସଂପର୍କରେ ତର୍ଜମା କରାଯିବ। ତର୍ଜମା ଶେଷ ହେବା ପରେ କୋହଲି ଏସିଆ ଏକାଦଶ ତରଫରୁ ଖେଳିବା ସଂପର୍କରେ ନିଷ୍ପତ୍ତି ହେବ।
ସୂଚନାଥାଉକି କିଛିଦିନ ତଳେ କୋହଲି ଅଧିକ ମ୍ୟାଚ୍‌ ଖେଳିବାକୁ ନେଇ ଅସନ୍ତୋଷବ୍ୟକ୍ତ କରିଥିଲେ। କୋହଲି ଏସିଆ ଏକାଦଶ ତରଫରୁ ଖେଳିବେ କି ବୋଲି ପ୍ରଶ୍ନର ଉତ୍ତରରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ କହିଥିଲେ ଏହା ତାଙ୍କର (କୋହଲି) ବ୍ୟକ୍ତିଗତ ନିଷ୍ପତ୍ତି ହେବ। ଯଦି ସେ କିଛିଦିନ ବିଶ୍ରାମ ନେବାକୁ ଚାହିଁବେ ତେବେ ତାଙ୍କୁ ବିଶ୍ରାମ ମିଳିବ।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories