www.samajalive.in
Wednesday, December 10, 2025
23.1 C
Bhubaneswar

ଦେଶରେ ଗୁଜୁରାଟ ମଡେଲରେ ଦଙ୍ଗା ଚାଲିଛି : ଭୁବନେଶ୍ୱର ଜିଲା କଂଗ୍ରେସ

ଭୁବନେଶ୍ୱର : କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‍ ଶାହାଙ୍କ ଓଡିଶା ଗସ୍ତ ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନକ୍ରମେ ଶୁକ୍ରବାର ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କାର୍ଯ୍ୟକାରୀ ସଭାପତି ରଶ୍ମି ମହାପାତ୍ରଙ୍କ ନେତୃତ୍ୱରେ ଏକ ରାଲି କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଂଟିନ୍‍ ଛକ ପର୍ଯ୍ୟନ୍ତ ଯାଇଥିଲା। ଦେଶରେ ତଥା ଦିଲ୍ଲୀରେ ଦଙ୍ଗା ପାଇଁ ଦାୟୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‍ ଶାହାଙ୍କ ଇସ୍ତଫା ଦାବିରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ନେତୃବୃନ୍ଦ ମାଷ୍ଟରକ୍ୟାଂଟିନ୍‍ ଛକରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅମିତ୍‍ ଶାହାଙ୍କ କୁଶପୁତଳିକା ଦାହ କରିଥିଲେ। ଶ୍ରୀମତୀ ମହାପାତ୍ର କହିଲେ ଯେ ଗୁଜୁରାଟ ଦଙ୍ଗାକାରୀ ଆଜି ଦେଶରେ ଦଙ୍ଗା କରୁଛନ୍ତି। ଗୁଜୁରାଟ ମଡେଲରେ ଭାରତବର୍ଷର ବିକାଶ ନାରା ଦେଇଥିବା ପ୍ରଧାନମନ୍ତ୍ରୀ ଆଜି ଭାରତରେ ଗୁଜୁରାଟ ମଡେଲ ଦଙ୍ଗା କରୁଛନ୍ତି। ବିଶେଷକରି ଦିଲ୍ଲୀ ଜଳୁଥିବା ବେଳେ ସିଏଏ, ଏନ୍‍ଆରସି ଓ ଏନ୍‍ପିଆର ସମର୍ଥନରେ କେନ୍ଦ୍ର ସରକାରଙ୍କ ପୃଷ୍ଠ ପୋଷକତାରେ ଦେଶରେ କୋଟି କୋଟି ଟଙ୍କା ବ୍ୟୟରେ ଦଳୀୟ ଏବଂ ଜନବିରୋଧି ରାଲି କରାଯାଉଛି।

ଏହି କାର୍ଯ୍ୟକ୍ରମରେ ଗୁରୁପଦ ନନ୍ଦ, ଶିବାନନ୍ଦ ରାୟ, ଯଜ୍ଞେଶ୍ବର ବାବୁ, ଜ୍ଞାନଦେବ ବେଉରା, ଜାନକୀ ବଲ୍ଲଭ ପଟ୍ଟନାୟକ, ପ୍ରକାଶ ମିଶ୍ର, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ରମାକାନ୍ତ ସାହୁ, ବିସ୍ମୟ ମହାପାତ୍ର, ଶୁଭଶ୍ରୀ ପଣ୍ଡା, ରଜନୀ ମହାନ୍ତି, ଚିନ୍ମୟ ସୁନ୍ଦର ଦାସ, ସୁଶାନ୍ତ ତ୍ରିପାଠୀ, ସଂଜୀବ ମହାନ୍ତି, ମୋହନ ଜେନା, ଶ୍ରୀୟାସ୍ମିତା ପଣ୍ଡା, ଲୁଲୁ ଅହମ୍ମଦ, ମଂଟୁ ମଲ୍ଲିକ, ରାଜକିଶୋର ବାରିକ, ଶିବନ ମୁଶାରଫ, ଜାନକୀ ମଲ୍ଲିକ, ଅମିତା ବିଶ୍ୱାଳ, ରୂପାଦିପ୍ତା ମହାପାତ୍ର, ଦୀପକ ମହାପାତ୍ର, ଦେବବ୍ରତ ମହାନ୍ତି, ପ୍ରତିମା ମଲ୍ଲିକ, ସରୋଜ ମହାନ୍ତି, ଦେଓ ପ୍ରସାଦ, ନାସିର ଖାନ, ଦୁଷ୍ମନ୍ତ ପାଟ୍ଟଶାଣୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Hot this week

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

Related Articles

Popular Categories