www.samajalive.in
Wednesday, December 10, 2025
26.1 C
Bhubaneswar

ପୁଲୱାମା ଆକ୍ରମଣ ଘଟଣାରେ ଏନଆଇଏକୁ ବଡ଼ ସଫଳତା : ଜୈଶେ-ଏ-ମହମ୍ମଦର ଜଣେ ସଦସ୍ୟ ଗିରଫ

ନୂଆଦିଲ୍ଲୀ : ପୁଲୱାମା ଆକ୍ରମଣ ଘଟଣାରେ ଶୁକ୍ରବାର ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)କୁ ବଡ଼ ସଫଳତା ମିଳିଛି। ଆତଙ୍କବାଦୀ ସଂଗଠନ ଜୈଶେ-ଏ-ମହମ୍ମଦର ସଦସ୍ୟ ସାକିର ବସିର ମାଗ୍ରିକୁ ଗିରଫ କରାଯାଇଛି। ବସିର ହେଉଛି ହାଜିବଲ କାକାପୋରା ପୁଲୱାମା, ଜାମ୍ମୁ କାଶ୍ମୀରର ବାସିନ୍ଦା ଏବଂ ଏକ ଆସବାବପତ୍ର ଦୋକାନର ମାଲିକ। ସେ ପୁଲୱାମା ଆତ୍ମଘାତୀ ବିସ୍ଫୋରଣରେ ସଂପୃକ୍ତ ଥିବା ଆଦିଲ ଅହମ୍ମଦକୁ ନିଜ ଘରେ ଆଶ୍ରୟ ଦେଇଥିଲା। ଗତ ୨୦୧୮ରେ ପୁଲୱାମା ଆକ୍ରମଣ ପର୍ଯ୍ୟନ୍ତ‌ ଅହମ୍ମଦକୁ ନିଜ ଘରେ ଆଶ୍ରୟ ଦେବା ସହ ଅନ୍ୟାନ୍ୟ ସାମଗ୍ରୀର ସହାୟତା ପ୍ରଦାନ ମଧ୍ୟ କରିଥିଲା। ଏ ନେଇ ଅଧିକ ତଦନ୍ତ ପାଇଁ ବସିରକୁ ଏନଆଇଏ ୧୫ ଦିନିଆ ରିମାଣ୍ଡରେ ନେଇଥିବା ସୂଚନା ମିଳିଛି।

ଉଲ୍ଲେଖ ଯୋଗ୍ୟ, ପୁଲୱାମା ଆକ୍ରମଣ ୧୪ ଫେବୃୟାରୀ ୨୦୧୯ ମସିହାରେ ହୋଇଥିଲା। ଏହି ଆକ୍ରମଣରେ ଭାରତୀୟ ସୈନ୍ୟବାହିନୀଙ୍କୁ (ସିଆରପିଏଫ୍) ନେଇ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ଯାଉଥିବା ଏକ ପ୍ରତିରକ୍ଷା ବାହିନୀ ଗାଡ଼ିକୁ ଜଣେ ଆତ୍ମଘାତୀ ବିସ୍ଫୋରଣକାରୀଦ୍ୱାରା ଅବନ୍ତିପୁରା ନିକଟସ୍ଥ ଲେଥପୋରା, ପୁଲୱାମା ଜିଲ୍ଲା, ଜମ୍ମୁ ଓ କାଶ୍ମୀରଠାରେ ଆକ୍ରମଣ କରାଯାଇଥିଲା। ଏଥିରେ ୪୬ଜଣ ସିଆରପିଏଫ ସୈନ୍ୟ ଶହୀଦ ହୋଇଥିଲେ ଓ ଏଥି ସହ ବିସ୍ଫୋରଣକାରୀର ମଧ୍ୟ ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣକୁ ପାକିସ୍ତାନରେ ଥିବା ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦ ଘଟାଇଥିବା ଦାବି କରିଥିଲା। ଏହି ଆତଙ୍କବାଦ ଆକ୍ରମଣରେ ଶହୀଦ ହୋଇଥିବା ୪୬ ଜଣ ସୈନ୍ୟମାନଙ୍କ ଭିତରେ ଦୁଇ ଓଡ଼ିଆ ଥିଲେ।

Hot this week

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

Related Articles

Popular Categories