www.samajalive.in
Saturday, December 6, 2025
15.1 C
Bhubaneswar

ଗଞ୍ଜେଇ ଚୋରା ଚାଲଣର ନୂଆ ଫର୍ମୁଲା, କଦଳୀ ଟ୍ରକରୁ ୧୬୩୮ କେଜି ଗଞ୍ଜେଇ ଜବତ

ଭୁବନେଶ୍ବର : ଗଞ୍ଜେଇ ଚାଲଣ ରୋକିବା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରାଯାଉଛି। ପୁଲିସର ଚଢଉକୁ ଦେଖି ଚାଲଣକାରୀମାନେ ମଧ୍ୟ ବିଭିନ୍ନ ହାଇଟେକ୍ ଫର୍ମୁଲା ଆପଣେଇ ନେଉଛନ୍ତି। କେତେବେଳେ ବସ୍ ମଧ୍ୟରୁ ତ କେତେବେଳେ କାରରୁ ଗଞ୍ଜେଇ ଜବତ ହେବାର ଖବର ଆସୁଛି। ପୁଲିସକୁ ଚକମା ଦେବାପାଇଁ ଚାଲଣକାରୀମାନେ ଏଥର ଏକ ନୂଆ ପ୍ରଣାଳୀ ଆପଣେଇଛନ୍ତି। ଏଥର କଦଳୀ ଟ୍ରକରେ ଚାଲାଣ କରାଯାଇଛି ଗଞ୍ଜେଇ। ଏପରି ଏକ ଟ୍ରକକୁ ଜବତ କରିଛି ବିଶାଖାପାଟଣା ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ । ସେଠାରୁ ଭୁବନେଶ୍ୱରକୁ ଏକ ଟ୍ରକ୍ ଯୋଗେ କଦଳୀଗ ଆସୁଥିବା ବେଳେ ସେଥିରେ ଗଞ୍ଜେଇ ରଖାଯାଇଥିଲା। ଟ୍ରକ୍‌ଟିକୁ ଆଉ ଏକ ଟ୍ରକ୍‌ ଓ କାର୍‌ ଏସକଟ କରି ଭୁବନେଶ୍ୱର ଆଣୁଥିଲେ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଭୁବନେଶ୍ୱରକୁ ଏକ ଟ୍ରକ୍ ଯୋଗେ କଦଳୀ କାନ୍ଧି ଆସୁଥିବା ବେଳେ ଏହି ଗାଡ଼ିକୁ ଅଟକା ଯିବାରୁ ଏଭଳି କିଛି ଘଟଣା ଏବେ ସାମ୍ନାକୁ ଆସିଛି। ଗାଡ଼ି ଭିତରେ ଥିବା କଦଳୀ କାନ୍ଧି ତଳେ ୪୦ଟି ବଡ ବ୍ୟାଗ ଉଦ୍ଧାର କରିଥିଲା ରାଜସ୍ବ ଗୁଇନ୍ଦା ନିର୍ଦେଶାଳୟ ଏହି କଦଳୀଟ୍ରକ ମଧ୍ୟରେ ପ୍ୟାକେଟ୍ ଭିତରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣାପଡ଼ିଛି। ୪୦ଟି ବ୍ୟାଗରୁ ପ୍ରାୟ ୮୦୦ଟି ଗଞ୍ଜେଇ ପ୍ୟାକେଟ୍ ଜବତ କରାଯାଇଛି। ଜବତ ହୋଇଥିବା ୧୬ଶହ ୩୮ କିଲୋ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ଅଢ଼େଇ କୋଟି ଟଙ୍କା ହେବବୋଲି ଅନୁମାନ କରାଯାଉଛି।

- Advertisement -

ଗୋଟିଏ ଟ୍ରକ୍‌ ଓ କାରରେ ଓଡ଼ିଶା ନମ୍ବର ଥିବାରୁ ଏଠାକୁ ଆସି ଘଟଣାର ଖୋଳତାଡ଼ ଆରମ୍ଭ କରିଛି ବିଶାଖାପାଟଣା ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ।
ସୂଚନା ଅନୁଯାୟୀ, ବିଶାଖାପାଟଣାରୁ ଭୁବନେଶ୍ୱରକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ସୂଚନା ପାଇଥିଲା ବିଶାଖାପାଟଣା ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ। ଏହାପରେ ଯାଞ୍ଚ ଆରମ୍ଭ କରି ଟ୍ରକଟିକୁ ଜବତ କରିଥିଲା। ଯାଞ୍ଚ ପରେ ସେଥିରୁ ଗଞ୍ଜେଇ ପ୍ୟାକେଟ୍‌ ଗୁଡ଼ିକୁ ଜବତ କରାଯାଇଥିଲା।  ଅନ୍ୟପକ୍ଷରେ ଏହି ଘଟଣାରେ ୪ ମାଫିଆଙ୍କୁ ଗିରଫ କରି ପଚରାଉଚୁରା କରୁଛି ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories