www.samajalive.in
Friday, December 5, 2025
27.1 C
Bhubaneswar

ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ ରାଜ୍ୟ, ପୂର୍ବାଞ୍ଚଳ ପାଇଁ ସ୍ପେଶାଲ ପ୍ୟାକେଜ ଦାବି କଲେ ନବୀନ

ଭୁବନେଶ୍ଵର: ଓଡ଼ିଶ ପ୍ରାକୃତିକ ବିପର୍ଯ୍ୟୟ ଭିତରେ ପେଶି ହେଉଛି। ବାରମ୍ବାର ବନ୍ୟା, ବାତ୍ୟା ଯୋଗୁ ବ୍ୟାପକ କ୍ଷୟକ୍ଷତି ହେଉଥିବାରୁ ରାଜ୍ୟର ଅର୍ଥନୀତି ଦୋହଲିଯାଉଛି। ଚାଷୀକୂଳ ହତାଶ ହେଉଛନ୍ତି। ତେଣୁ ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି। ସରକାର ପୂର୍ବରୁ ଅନେକ ଥର ଏହି ଦାବି କରିଆସୁଥିବାବେଳେ ଶୁକ୍ରବାର ପୁଣି ଥରେ ମୁଖ୍ୟମନ୍ତ୍ରୀ ପୂର୍ବାଞ୍ଚଳ ପରିଷଦ ବୈଠକରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ନିକଟରେ ଏହି ଦାବି ଉପସ୍ଥାପନ କରିଛନ୍ତି।

ବୈଠକରେ ପୂର୍ବାଞ୍ଚଳ ପରିଷଦ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ସମେତ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଝାଡ଼ଖଣ୍ଡର ଅର୍ଥମନ୍ତ୍ରୀ ରାମେଶ୍ଵର ଓରାଓଁ ବୈଠକରେ ଉପସ୍ଥିତ ଥିଲେ। କୌଣସି କାରଣ ଯୋଗୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବୈଠକରେ ଯୋଗଦେଇ ପାରି ନ ଥିଲେ।

- Advertisement -

ବୈଠକରେ ପରିଷଦର ଉପାଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବାଞ୍ଚଳର ବିକାଶ ପ୍ରସଙ୍ଗ ଉଠାଇଥିଲେ। ସେ ପୂର୍ବାଞ୍ଚଳ ଭିତ୍ତିଭୂମି ବିକାଶ ଲାଗି ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିବା ପାଇଁ କେନ୍ଦ୍ର ନିକଟରେ ଦାବି କରିଥିଲେ। ଏହାବ୍ୟତୀତ ୨୦୧୨ରୁ ବର୍ତ୍ତମାନ ସୁଦ୍ଧା କୋଇଲା ରୟାଲଟି ନବୀକରଣ କରାଯାଇ ନ ଥିବାରୁ ତୁରନ୍ତ ଏହାର ନବୀକରଣ କରାଯିବା ଏବଂ ରୟାଲଟି ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଦାବି ଉଠାଇଥିଲେ। ସେହିପରି କ୍ଲିନ ଏନର୍ଜୀ ସେସ୍‌ ଭାଗ ପ୍ରଦାନ କରିବା, ସମ୍ବିଧାନର ୮ମ ସିଡ୍ୟୁଲରେ ହୋ, ଭୂମିଜ, ମୁଣ୍ଡାରି ଭାଷାକୁ ସାମିଲ କରିବାକୁ ଦାବି ଜଣାଇଥିଲେ। ଧାନ ସଂଗ୍ରହ ସବ୍‌ସିଡୀ ମିଳି ନ ଥିବାରୁ ନବୀନ ନିଜର ଉଦ୍‌ବେଗ ପ୍ରକାଶ କରିଥିଲେ। ସବ୍‌ସିଡୀ ମିଳିବାରେ ବିଳମ୍ବ ହେଉଥିବାରୁ ଚାଷୀମାନେ ବହୁ ହଇରାଣ ହେଉଥିବା କହିଥିଲେ। ସେହିପରି ରେଳ ଭିତ୍ତିଭୂମି ପାଇଁ ରାଜ୍ୟ ମାଗଣା ଜମି ଏବଂ ୫୦% ଅର୍ଥ ଦେଉଛି। କିନ୍ତୁ ଭିତ୍ତିଭୂମି କାର୍ଯ୍ୟ ସେହି ଅନୁସାରେ ଆଗଉ ନାହିଁ ବୋଲି ନବୀନ ବୈଠକରେ କହିଥିଲେ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories