www.samajalive.in
Friday, December 5, 2025
26.1 C
Bhubaneswar

ସୋଫାରେ ଶୋଇଲା ଚୋର, ମାଡ଼ ମାରି ଉଠାଇଲେ ମାଲିକ

ବେଙ୍ଗାଲୁରୁ : ଚୋରି କରିବା ସମୟରେ ଚୋର ଧରା ପଡ଼ି ମାଡ଼ ଖାଇବା କିମ୍ବା ଚୋରି କରି ଖସି ଯିବାକୁ ପ୍ରୟାସ କରିବା ସମୟରେ ଧରା ପଡ଼ିବା ଭଳି ଅନେକ ଘଟଣା ଆପଣ ଶୁଣିଥିବେ। ମାତ୍ର ଘରର ସୋଫାରେ ଶୋଇଥିବା ଚୋରକୁ ଘରର ମାଲିକ ମାଡ଼ ମାରି ଉଠାଇବା ଭଳି ଘଟଣା ବିଷୟରେ ଶୁଣିଛନ୍ତି କି ? ଆଜ୍ଞା ହଁ, କର୍ଣ୍ଣାଟକର ଦକ୍ଷିଣ କନ୍ନଡରେ ସଭିଁଙ୍କୁ ଚକିତ କରିଦେବା ଭଳି ଏପରି ଏକ ଘଟଣା ସାମ୍ନାକୁ ଆସିଛି।
ସୂଚନା ଯୋଗ୍ୟ, ଦକ୍ଷିଣ କନ୍ନଡର ଓପିନଙ୍ଗଡ଼ୀ ଥାନା ଅନ୍ତର୍ଗତ ଉଲ୍ଲାସ ଜଙ୍କସନ ନିକଟରେ ନିଶାସକ୍ତ ଅବସ୍ଥାରେ ଜଣେ ଚୋର ଚୋରି କରିବା ଉଦ୍ଦେଶ୍ୟରେ ଜଣେ ବ୍ୟକ୍ତିଙ୍କ ଘରେ ପ୍ରବେଶ କରିଥିଲା। ଉକ୍ତ ଚୋର ଘରର ଟାଇଲ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲା। ଚୋରି କରିବା ପାଇଁ ବିଭିନ୍ନ ଚାବି ଗୁଡ଼ିକୁ ଖୋଜିବାକୁ ଆରମ୍ଭ କରିଥିଲା। ଚାବି ମିଳିବା ପରେ ସେହି ସମୟରେ ଚୋରଟିକୁ ନିଦ ଲାଗିବାରୁ ସେ ହାତରେ ଚାବି ଗୁଡ଼ିକ ଧରିବା ସହ ସେହି ଘରେ ସୋଫାରେ ଶୋଇପଡ଼ିଥିଲା। ସକାଳେ ମାଲିକ ଉଠିବା ପରେ ଘରର ଟାଇଲ ଭଙ୍ଗା ହୋଇଥିବା ସହ ଏକ ଅଜଣା ବ୍ୟକ୍ତି ସୋଫାରେ ଶୋଇଥିବା ଦେଖିଥିଲେ। ଚାରିପାଖର ସ୍ଥିତିକୁ ଦେଖି ମାଲିକ ଜାଣିପାରିଲେ ଉକ୍ତ ବ୍ୟକ୍ତି ଜଣଙ୍କ ଏକ ଚୋର। ଏହାପରେ ସେ ଚୋରକୁ ଏକ ବାଡ଼ିରେ ପିଟି ଉଠାଇବା ସହ ପୁଲିସକୁ ଘଟଣା ବିଷୟରେ ଜଣାଇଥିଲେ। ଚୋରଟିର ଘରର ବିହାର ମିଜାପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ପୁଲିସ ଚୋରକୁ ଗିରଫ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Hot this week

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

Related Articles

Popular Categories