www.samajalive.in
Wednesday, December 10, 2025
23.1 C
Bhubaneswar

ଭାରୋତ୍ତୋଳନରେ ମନୋଜଙ୍କୁ ସ୍ବର୍ଣ୍ଣ: ଓଡ଼ିଶାର ପଦକ ସଂଖ୍ୟା ୫କୁ ବୃଦ୍ଧି

ଭୁବନେଶ୍ବର : ଓଡ଼ିଶାରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରଥମ ସଂସ୍କରଣର ଗୁରୁବାର ୭ମ ଦିବସରେ ଓଡ଼ିଶାକୁ ଗୋଟିଏ ସ୍ବର୍ଣ୍ଣ ପଦକ ମିଳିଛି। ପୁରୁଷ ଭାରୋତ୍ତୋଳନ ବର୍ଗରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ମନୋଜ କୁମାର ସାହୁ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। କିଟ୍‌ ଭାରୋତ୍ତୋଳନ କେନ୍ଦ୍ରରେ ଆୟୋଜିତ ପୁରୁଷ ୭୩ କିଗ୍ରା ବର୍ଗ ଫାଇନାଲରେ ମନୋଜ ଚମତ୍କାର ପ୍ରଦର୍ଶନ କରି ସ୍ବର୍ଣ୍ଣ ବିଜୟୀ ହୋଇଛନ୍ତି। ମନୋଜ ସ୍ନାଚ୍‌ରେ ୧୧୫ କିଗ୍ରା ଓ କ୍ଲିନ ଆଣ୍ଡ ଜର୍କରେ ୧୫୨ କିଗ୍ରା ସହ ମୋଟ ୨୬୭ କିଗ୍ରା ଉତ୍ତୋଳନ କରି ପ୍ରଥମ ସ୍ଥାନ ହାସଲ କରିଥିଲେ। ସେହିପରି ପଞ୍ଜାବ ବିଶ୍ବବିଦ୍ୟାଳୟର ମନୀଷ କୁମାର ରୌପ୍ୟ ଓ ଲୋଭରପ୍ରୀତ୍ ସିଂହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏଥିସହିତ ଓଡ଼ିଶାର ପଦକ ସଂଖ୍ୟା ୫ରେ ପହଞ୍ଚିଥିବା ବେଳେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପଦକ ସଂଖ୍ୟା ୨କୁ ବୃଦ୍ଧି ପାଇଛି।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories