ଭୁବନେଶ୍ବର : ମହିଳା ଫୁଟବଲର ଅନ୍ୟତମ ପ୍ରମୁଖ ଖେଳାଳି ହେଉଛନ୍ତି ପ୍ରତିଭାବାନ ଷ୍ଟ୍ରାଇକର କରିସ୍ମା ସିର୍ଭୋଏକର। ଗୋଆ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ଭାରତୀୟ ଦଳର ଖେଳାଳି କରିସ୍ମା ଅନ୍ୟତମ ମୁଖ୍ୟ ଆକର୍ଷଣ ପାଲଟିଛନ୍ତି। ଗୁରୁବାର ଖେଳା ଯାଇଥିବା କିଟ୍ ବିପକ୍ଷ ମ୍ୟାଚରେ କରିସ୍ମା ୪ଟି ଗୋଲ୍ଦେଇ ଦଳକୁ ଜିତାଇଥିଲେ। କରିସ୍ମାଙ୍କ କରିସ୍ମାକୁ ନେଇ ବେଶ ର୍ଚଚ୍ଚା ହୋଇଛି। କରିସ୍ମା ଖୁବ୍ କମ୍ ବୟସରୁ ଖେଳ ପ୍ରତି ମନ ବଳାଇଥିଲେ। ୫ମ ଶ୍ରେଣୀରେ ପଢୁଥିବା ସମୟରେ ଫୁଟବଲ ଖେଳ ଆରମ୍ଭ କରିଥିଲେ। ଭାରତୀୟ ଜୁନିୟର ଓ ସିନିୟର ଦଳ ପକ୍ଷରୁ ପ୍ରତିନିଧିତ୍ବ କରିଥିବା କରିସ୍ମା ଗତବର୍ଷ ସ୍ପେନ୍ରେ ପାଲାମୋଜ୍ ସିଏଫ୍ ସହିତ ପ୍ରଶିକ୍ଷିତ ହେବା ନିମନ୍ତେ ମନୋନୀତ ହୋଇଥିଲେ। କରିସ୍ମା ନିଶ୍ଚିତ ଭାେବ ଜଣେ ଭଲ ଖେଳାଳି। ଅଧିକ ଖେଳ ସୁଯୋଗ ତାଙ୍କୁ ଆହୁରି ପରିମାର୍ଜିତ କରିବ। ଏଥିପାଇଁ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାକୁ ବିଶେଷ କୃତଜ୍ଞତା ଦିଆଯିବା ଆବଶ୍ୟକ। ଏହି ବାଳିକାଙ୍କ ମଧ୍ୟରୁ ଅନେକଙ୍କ ପାଇଁ ପଡ଼ିଆରେ ସମୟ ବିତାଇବା ସେମାନଙ୍କ ଲାଗି ମୂଲ୍ୟଯୁକ୍ତ ହେବ। ଏହା ସେମାନଙ୍କ ଦୀର୍ଘ କ୍ରୀଡ଼ା ଜୀବନରେ ସହାୟକ ହେବ ବୋଲି ଭାରତୀୟ ମହିଳା ଫୁଟବଲ ଦଳର ପ୍ରଶିକ୍ଷକ ମାୟମଲ୍ ରକି କହିଛନ୍ତି।



