www.samajalive.in
Saturday, December 6, 2025
23.1 C
Bhubaneswar

ମାର୍ଚ୍ଚ ପହିଲାରୁ ମୋଟରଯାନ ଯାଞ୍ଚ କଡାକଡି ; ଅମାନିଆଙ୍କୁ ନାହିଁ ନିସ୍ତାର

ଭୁବନେଶ୍ବର: ପୁରିଲା ୬ ମାସର କଣ୍ଟ। ଆଉ ଅମାନିଆଙ୍କୁ ନିସ୍ତାର ନାହିଁ। ମାର୍ଚ୍ଚ ପହିଲାରୁ ପୁଣି କଡାକଡି ଭାବେ ମୋଟରଯାନ ଯାଞ୍ଚ ଆରମ୍ଭ ହେବ। ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ପହିଲାରେ ଦେଶରେ ସଂଶୋଧିତ ମୋଟରଯାନ ଆଇନ ଲାଗୁ ହୋଇଥିଲା। ବିଭିନ୍ନ ସ୍ଥାନରେ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ରାଶି ଆଦାୟ କରାଯାଇଥିଲା।ଏହାକୁ ନେଇ ଗାଡି ଚାଳକଙ୍କ ମଧ୍ୟରେ କୋକୁଆ ଭୟ ଦେଖିବାକୁ ମିଳିଥିଲା। ପରେ ସଂଶୋଧିତ ମୋଟରଯାନ ଆଇନକୁ କୋହଳ କରିବା ପାଇଁ ବିଭିନ୍ନ ମହଲରୁ ଦାବି ମଧ୍ୟ ଉଠିଥିଲା। ପ୍ରଥମେ ତିନି ମାସ ଯାଏଁ ଓ ପରେ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ନିୟମକୁ କୋହଳ କରାଯାଇଥିଲା। ଗାଡିର ସମସ୍ତ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ସାଧାରଣ ଲୋକଙ୍କୁ ୬ ମାସର କଣ୍ଟ ଦିଆଯାଇଥିଲା। ମାର୍ଚ୍ଚ ପହିଲାରେ ଏହି କଣ୍ଟ ଶେଷ ହେବାକୁ ଯାଉଛି। ତେଣୁ ପୁଣି ସଂଶୋଧିତ ମୋଟରଯାନ ଆଇନ କଡାକଡି ଭାବେ ଲାଗୁ କରାଯିବ। ରାଜ୍ୟରେ ୭୦ ପ୍ରତିଶତ ପୁଲିସ କର୍ମଚାରୀ ଗାଡି ମୋଟର ଯାଞ୍ଚରେ ନିୟୋଜିତ ହେବେ। ନୂଆ ମୋଟରଯାନ ଆଇନ ଅନୁଯାୟୀ ଖିଲାପକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ବତ୍ତର୍ମାନ ଅଧିକାଂଶ ଲୋକେ କାଗଜପତ୍ର ଠିକ୍ କରି ସାରିଲେଣି। ଆଉ ଭିଡ ନାହିଁ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories