BJD Bijuli 480×75 Mob

ରାସ୍ତା ତଳକୁ ଖସିଲା ଆମ୍ବୁଲାନ୍ସ

BJD Bijuli 480×75 Mob

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ନର୍ଲା ଗ୍ୟାସ ଅଫିସ ନିକଟସ୍ଥ ବଡ ପୁଲିଆ ନିକଟରେ ବୁଧବାର ଏକ ୧୦୮ ଆମ୍ବୁଲାନ୍ସ ରାସ୍ତା ତଳକୁ ଖସି ଯାଇଥିବା ଦେଖିବାକୁ ମିଳିଛି। ଏହି ଆମ୍ବୁଲାନରେ କେହି ରୋଗୀ ନଥିଲେ ବୋଲି ଜଣାପଡ଼ିଛି। କେଉଁ କାରଣରୁ ଆମ୍ବୁଲାନ୍ସଟି ରାସ୍ତା ତଳକୁ ଖସି ପଡ଼ିଥିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନଥିବା ବେଳେ ଚାଳକଙ୍କ ଅସାବଧାନତା କାରଣରୁ ଏଭଳି ଘଟଣା ଘଟିଛି ବୋଲି ପ୍ରତ୍ୟକ୍ଷଦର୍ଶୀ କହିଥିବା ସୂଚନା ମିଳିଛି। ସୌଭାଗ୍ୟବଶତଃ ଏଥିରେ ରୋଗୀ ନଥିବାରୁ ଏକ ବଡ଼ ଦୁର୍ଘଟଣାରୁ ଆମ୍ବୁଲାନ୍ସଟି ଅଳ୍ପକେ ରକ୍ଷା ପାଇଯାଇଛି। ଅନ୍ୟପଟେ ସୁରକ୍ଷିତ ରୋଗୀ ପରିବହନକୁ ସାଧାରଣରେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Comments are closed.