www.samajalive.in
Saturday, December 6, 2025
26.1 C
Bhubaneswar

ମାଓବାଦୀ ମାରିବା ପରେ ଶୁଣିଲାନି ପୁଲିସ, ୨ ଦିନ ପରେ ବାଇକରେ ବୁହା ହେଲା ମୃତଦେହ

ଭୁବନେଶ୍ବର: ମୃତଦେହ କାନ୍ଧରେ, ସାଇକେଲରେ ଏବଂ ଭାରାରେ ବୁହା ହେବା ପରେ ଏବେ ବାଇକରେ ବୁହା ହେବା ଭଳି ଘଟଣା ରାଜ୍ୟରେ ଚହଳ ସୃଷ୍ଟି କରିଛି। ଏଭଳି ଏକ ଅଭାବନୀୟ ଘଟଣା ସ୍ୱାଭିମାନ ଅଞ୍ଚଳ ମାଲକାନାଗିରି ଜିଲାର ଚିତ୍ରକୋଣ୍ଡାରେ ବୁଧବାର ଦେଖିବାକୁ ମିଳିଛି। ଏଥର ଏହି ଘଟଣା ସରକାରଙ୍କ ଉପରେ ଅଙ୍ଗୁଳି ଉଠାଇ ନାହିଁ, ବରଂ ସ୍ଥାନୀୟ ପୁଲିସ ଓ ପ୍ରଶାସନର କର୍ତ୍ତବ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନାଯୋଗ୍ୟ, ଦୁଇ ଦିନ ପୂର୍ବେ ଚିତ୍ରକୋଣ୍ଡାର ବିହନଗୁଡି ରାସ୍ତାରେ ମାଓବାଦୀ ଗୁଳିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ନାମ ଦୀନବନ୍ଧୁ ଓ ସେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି। ମୃତଦେହ ଦୁଇ ଦିନ ଧରି ଘଟଣାସ୍ଥଳରେ ପଡି ରହିଥିଲେ ମଧ୍ୟ ପୁଲିସ ବା ପ୍ରଶାସନ ତରଫରୁ କେହି ଉଦ୍ଧାର କରିନଥିଲେ। ମୃତଦେହ ଉଦ୍ଧାର ପାଇଁ ଦୀନବନ୍ଧୁଙ୍କ ପରିବାର ଲୋକେ ପୁଲିସ ନିକଟରେ ଗୁହାରି କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ। ଓଲଟି ସେଠାରେ ଜୀବନ ପ୍ରତି ବିପଦ ରହିଛି ବୋଲି କହି ଫେରାଇ ଦେଇଥିଲେ। ଶେଷରେ ଦୀନବନ୍ଧୁଙ୍କ ପରିବାର ଲୋକେ ମୃତଦେହ ଆଣିବା ପାଇଁ ସ୍ଥିର କରିଥିଲେ। କିଛି ଉପାୟ ନ ପାଇ ମୃତଦେହକୁ ବାଇକରେ ବାନ୍ଧି ବିହନଗୁଡିରୁ ପ୍ରାୟ ୧୮ କି.ମି. ଦୂର ହାନ୍ତାଳଗୁଡାକୁ ଆଣିଥିଲେ। ସେଠାରୁ ନିଜ ବ୍ୟବସ୍ଥାରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ ବୋଲି ଜଣାପଡିଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories