www.samajalive.in
Tuesday, December 9, 2025
23.1 C
Bhubaneswar

ଦିଲ୍ଲୀରେ ଭୟଙ୍କର ହେଉଛି ସିଏଏ ହିଂସା, ୧୩ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ଭୟଙ୍କର ହେଉଛି ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଚାଲିଥିବା ହିଂସା । ସିଏଏ ସପକ୍ଷ ଓ ବିପକ୍ଷବାଦୀଙ୍କ ମଧ୍ୟରେ ସଂଘର୍ଷ କ୍ରମଶଃ ଉଗ୍ର ରୂପ ନେଉଛି। ବିଶେଷ କରି ଉତ୍ତର-ପୂର୍ବ ଦିଲ୍ଲୀରେ ଏହି ହିଂସା ଭୀଷଣ ଆକାର ଧାରଣ କରୁଛି । ଏହି ହିଂସାରେ ମୃତ୍ୟୁ ସଂଖ୍ୟା ୧୩ ରେ ପହଞ୍ଚିଛିଥିବା ବେଳେ ୧୩୫ରୁ ଅଧିକ ଲୋକ ଆହତ ହୋଇଥିବା ଜଣାଯାଇଛି । ଏହାକୁ ଦୃଷ୍ଟିରେ ରଖି ହିଂସା ପ୍ରଭାବିତ ଅଞ୍ଚଳରେ ପୁଲିସ, ଅର୍ଦ୍ଧସାମରିକ ବାହିନୀ ଫ୍ଲାଗମାର୍ଚ୍ଚ କରୁଛନ୍ତି । ଏ ଅଞ୍ଚଳରେ ଏକ ମାସ ଲାଗି ୧୪୪ ଧାରା ଜାରି କରାଯାଇଛି ଓ ଆନ୍ଦୋଳନକାରୀଙ୍କୁ ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ ଦିଆଯାଇଛି ।

ପୁଲିସ ପରିସ୍ଥିତି ନିୟନ୍ତ୍ରଣାଧୀନ ବୋଲି କହୁଥିବା ବେଳେ ଦିଲ୍ଲୀର ଚାନ୍ଦବାଗ, ମୌଜପୁର ଇଲାକାରେ ସ୍ଥିତି ଏବେ ବି ଉତ୍ତେଜନାପ୍ରବଣ ରହିଛି । ପରିସ୍ଥିତିକୁ ଦେଖି ଦିଲ୍ଲୀ ସରକାର ଆସନ୍ତାକାଲି ପାଇଁ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି । ଏହା ସହିତ ଇଣ୍ଟରନାଲ ପରୀକ୍ଷା ଗୁଡ଼ିକୁ ବାତିଲ କରାଯାଇଛି । ଦିଲ୍ଲୀର ମୌଜପୁର, ବାବରପୁର, ଜାଫରାବାଦ, ଗୋକୁଳପୁରୀ, ବୃଜପୁରୀ ଆଦି ଅଞ୍ଚଳରେ ପୁଲିସ ଓ ରାପିଡ ଆକ୍ସନ ଫୋର୍ସ (ଆରପିଏଫ୍) ମୁତୟନ କରାଯାଇଛି।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories