www.samajalive.in
Sunday, December 14, 2025
23.1 C
Bhubaneswar

ଚାକିରି ପାଇଁ ସର୍ବୋଚ୍ଚ ବୟସସୀମା ୪୨ ଦାବି କଲେ ବିରୋଧୀ

ସମାଜ ପୋର୍ଟାଲ ଡେସ୍କ: ରାଜ୍ୟ ବିଧାନସଭାରେ ଆଜି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ଓପିଏସସିରେ ଖାଲି ପଡିଥିବା ସଭ୍ୟପଦ ପୂରଣ କରିବା, ଓଏଏସ ପ୍ରିଲିମିନାରୀ ପରୀକ୍ଷା ତାରିଖ ଘୁଞ୍ଚାଇବା ଓଡିଶାରେ ଚାକିରିର ସର୍ବୋଚ୍ଚ ବୟସସୀମା ୪୨ବର୍ଷ ରଖିବା ପାଇଁ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିଛନ୍ତି। ଗୋଆରେ ୪୫, ଆନ୍ଧ୍ରରେ ୪୪, ରାଜସ୍ଥାନ ଓ ପଶ୍ଚିମବଙ୍ଗରେ ଚାକିରିର ସର୍ବୋଚ୍ଚ ବୟସସୀମା ୪୦ବର୍ଷ ଥିବା ବେଳେ ଓଡିଶାରେ ଏହାକୁ ୪୨ବର୍ଷ କରିବାକୁ ସେ ଦାବି କରିଛନ୍ତି।

ଅନ୍ୟ ପକ୍ଷରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ସଭ୍ୟ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଓଡିଶାର ୨୪ଟି ଜିଲ୍ଲାରେ ମୋଟ ୬୦ହଜାର ୪୨୬ ଏକର ଜମି ଚିହ୍ନଟ ହୋଇଛି। ଏହା ମଧ୍ୟରୁ ୩୪ହଜାର ୮୦୩ ଏକର ଜମିର ଚୂଡାନ୍ତ ସ୍ୱତ୍ୱଲିପି ରହିଛି। ସେହିପରି ଅନ୍ୟ ୬ ରାଜ୍ୟରେ ଯେପରିକି ପଶ୍ଚିମବଙ୍ଗରେ ଶ୍ରୀଜଗନ୍ନାଥଙ୍କ ନାମରେ ୩୨୨.୯୩୦ଏକର ଜମି ରହିଥିବାବେଳେ ଆନ୍ଧ୍ରପ୍ରଦେଶରେ ୧୭.୦୨୦ ଏକର, ମହରାଷ୍ଟ୍ରରେ ୨୮.୨୧୮ଏକର, ମଧ୍ୟପ୍ରଦେଶରେ ୨୫.୧୧୦ ଏକର, ବିହାରରେ ୦.୨୭୪ଏକର ଏବଂ ଛତିଶଗଡ ୧.୭୦୦ ଏକର ଜମି ରହିଥିବା ମନ୍ତ୍ରୀ କହିଛନ୍ତି।

- Advertisement -

ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ଅର୍ଥ ଆୟୋଗ ଅନୁଦାନ ବିନିଯୋଗ ସମ୍ବନ୍ଧରେ ଏକ ବିବୃତ୍ତି ଗୃହରେ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଗ୍ରାମାଞ୍ଚଳରେ ବିଭିନ୍ନ ଶିକ୍ଷା ଓ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡିକୁ ସବୁଦିନିଆ ରାସ୍ତା ସଂଯୋଗୀକରଣକୁ ପ୍ରାଧାନ୍ୟ ଦିଆଯିବ। ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ଅନୁଷ୍ଠାନ ଭଳି ପଞ୍ଚାୟତରାଜ ଅନୁଷ୍ଠାନ ଗୁଡିକର ହିସାବ ଖାତାକୁ ହସ୍ତାନ୍ତର କରାଯିବ। ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡିକୁ ଅଧିକ ସଶକ୍ତ ତଥା କ୍ରିୟାଶୀଳ କରିବା ସଙ୍ଗେ ସଙ୍ଗେ ଗ୍ରାମାଞ୍ଚଳ ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟଜଳ, ଭିତ୍ତିଭୂମିକୁ ତ୍ୱରାନ୍ୱିତ କରିବା ପାଇଁ ର୍ରାଜ୍ୟ ସରକାର ବଳିଷ୍ଠ ପଦକ୍ଷେପ ନେଇଥିବା ସେ କହିଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories