www.samajalive.in
Wednesday, December 10, 2025
23.1 C
Bhubaneswar

‘ନମସ୍ତେ ଟ୍ରମ୍ପ୍‌’ କାର୍ଯ୍ୟକ୍ରମରେ ଯୋଗଦେଲେ ଗାଙ୍ଗୁଲି, ଜୟ ଶାହା

ଅହମ୍ମଦାବାଦ୍‌ : ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ସୋମବାର ଅହମ୍ମଦାବାଦ୍‌ର ମୋଟେରାରେ ନିର୍ମିତ ବିଶ୍ବର ସର୍ବବୃହତ କ୍ରିକେଟ୍‌ ଷ୍ଟାଡ଼ିୟମକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହା ଉପସ୍ଥିତ ଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ, ତାଙ୍କ ପତ୍ନୀ, ଝିଅ ଓ ଜ୍ବାଇଁ ସୋମବାର ମଧ୍ୟାହ୍ନରେ ଅହମ୍ମଦାବାଦ୍‌ର ସର୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଇଥିଲେ। ସେଠାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିମାନବନ୍ଦରରେ ସେମାନଙ୍କୁ ପାଛୋଟି ନେଇଥିଲେ। ଏହାପରେ ଟ୍ରମ୍ପଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା। ସେଠାରୁ ଟ୍ରମ୍ପ ଓ ମୋଦୀ ରୋଡ୍‌ ଶୋ’ କରି ମୋଟେରା ଷ୍ଟାଡ଼ିୟମ ପର୍ଯ୍ୟନ୍ତ ଯାଇଥିଲେ। ନିଜ ଅଭିଭାଷଣରେ ରାଷ୍ଟ୍ରପତି ଟ୍ରମ୍ପ ଭାରତର ଦୁଇ କ୍ରିକେଟ୍‌ ମହାରଥୀ ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କ ନାମ ନେଇ ସେମାନଙ୍କୁ ପ୍ରଶଂସା କରିଥିଲେ।
ସୂଚନାଥାଉକି, ନବନିର୍ମିତ ମୋଟେରା ଷ୍ଟାଡ଼ିୟମରେ ୧ ଲକ୍ଷ ୧୦ ହଜାର ଦର୍ଶକ ବସି ମ୍ୟାଚ୍ ଉପଭୋଗ କରିପାରିବେ। ଏହି ଷ୍ଟାଡ଼ିୟମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବପ୍ନର ପ୍ରକଳ୍ପ। ୬୪ ଏକର ପରିମିତ ଜମିରେ ନିର୍ମିତ ଏହି ଷ୍ଟାଡିୟମ ନିର୍ମାଣ ପାଇଁ ୭୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଷ୍ଟାଡ଼ିୟମ ନିର୍ମାଣ ସଂପୂର୍ଣ୍ଣ ହେବାକୁ ୨ ବର୍ଷ ସମୟ ଲାଗିଥିଲା। ପୂର୍ବରୁ ମୋଟେରା ଷ୍ଟାଡ଼ିୟମରେ ୪୯ ହଜାର ଦର୍ଶକ ବସି ମ୍ୟାଚ୍‌ ଦେଖିବାର ସୁଯୋଗ ପାଉଥିଲେ। ଦୁଇବର୍ଷ ତଳେ ଏହାକୁ ସଂପୂର୍ଣ୍ଣ ଭଙ୍ଗାଯାଇ ନୂତନ ଷ୍ଟାଡ଼ିୟମ ନିର୍ମାଣ କରାଯାଇଛି।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories