www.samajalive.in
Sunday, December 7, 2025
14.1 C
Bhubaneswar

ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ଦିଲ୍ଲୀରେ ଦଙ୍ଗା: ଜାଫରାବାଦରେ ସିଏଏ ସପକ୍ଷବାଦୀ-ବିପକ୍ଷବାଦୀଙ୍କ ଗୁଳିମାଡ଼, ମୌଜପୁରରେ କନଷ୍ଟେବଳଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପ୍ରାୟ ଦେଢ଼ ମାସ ପରେ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ଏନଆରସିକୁ ନେଇ ହିଂସା ସୃଷ୍ଟି ହୋଇଛି। ଦିଲ୍ଲୀର ଜାଫରାବାଦ ଏବଂ ମୌଜପୁର ଅଞ୍ଚଳରେ ସୋମବାର ସିଏଏ ସମର୍ଥକ ଏବଂ ବିପକ୍ଷବାଦୀଙ୍କ ମଧ୍ୟ​ରେ ଗଣ୍ଡଗୋଳ ଘଟିଛି। ଦୁଇପକ୍ଷ ପରସ୍ପର ଉପରେ ଗୁଳିମାଡ଼ ଏବଂ ପଥରମାଡ଼ କରିଛନ୍ତି। ସ୍ଥିତି ନିୟନ୍ତ୍ରଣ ସମୟରେ ପୁଲିସ କର୍ମଚାରୀ ଆକ୍ରମଣର ଶିକାର ହୋଇଛନ୍ତି। ମୌଜପୁରରେ ଜଣେ ହେଡ୍‌ କନଷ୍ଟେବଳ ରତନ୍‌ ଲାଲ୍‌ ଆକ୍ରମଣ ଯୋଗୁ ପ୍ରାଣ ହରାଇଛନ୍ତି।

ଜାଫରାବାଦରେ ବହୁ ସଂଖ୍ୟାରେ ପୁଲିସ ଫୋର୍ସ ମୁତୟନ ହୋଇଥିଲେ ହେଁ ହିଂସାତ୍ମକ ପରିସ୍ଥିତି ଲାଗି ରହିଛି। ବିଭିନ୍ନ ସ୍ଥାନରେ ପଥରମାଡ଼ ହୋଇଛି। ବିକ୍ଷୋଭକାରୀମାନେ ୩ଟି ଗାଡ଼ିରେ ନିଆଁ ଲଗାଇ ଦେଇଥିବାବେଳେ ଅନେକ ଦୋକାନରେ ନିଆଁ ଲଗାଇଦେବାକୁ ଉଦ୍ୟମ କରିଛନ୍ତି। ସମୟ ସମୟରେ ବିକ୍ଷୋଭକାରୀଙ୍କ ପକ୍ଷରୁ ଗୁଳିମାଡ଼ ମଧ୍ୟ ହେଉଛି। ଏଥିରେ ଜଣେ ଯୁବକ ଏବଂ ଜଣେ ପୁଲିସ କର୍ମୀଙ୍କୁ ଗୁଳି ଲାଗିଛି। ଏହା ବ୍ୟତୀତ ହିଂସା ସମୟର ଦୃଶ୍ୟର ଭିଡିଓ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ଉପ​‌ରେ ମଧ୍ୟ ଆକ୍ରମଣ ହୋଇଛି।

- Advertisement -
Image Courtesy: Aajtak

ଅନ୍ୟପଟେ ମୌଜପୁର ଅଞ୍ଚଳରେ ବି ସୋମବାର ଦ୍ବିତୀୟ ଦିନ ଲାଗି ସିଏଏ ସମର୍ଥକ ଏବଂ ବିରୋଧୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଆସିଥିବା ପୁଲିସ କର୍ମଚାରୀଙ୍କୁ ବି ପଥରମାଡ଼ କରାଯାଇଛି। ୨ ପୁଲିସ କର୍ମଚାରୀଙ୍କ ସମେତ ୧୫ ଜଣ ଆହତ ହୋଇଛନ୍ତି। ଆକ୍ରମଣରେ ଜଣେ ହେଡ୍‌ କନଷ୍ଟେବଳ ରତନ୍‌ ଲାଲ୍‌ଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ପୁଲିସ ମୌଜପୁରର ସମସ୍ତ ରାସ୍ତାକୁ ସିଲ୍‌ କରିଦେଇଛି। ପରିସ୍ଥିତି ଅତ୍ୟନ୍ତ ସମ୍ବେଦନଶୀଳ ରହିଛି। ବିକ୍ଷୋଭକାରୀମାନେ ପରସ୍ପର ଉପରେ ପଥରମାଡ଼ କରିବାରୁ ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି। ଦୁଇ ପକ୍ଷଙ୍କୁ ଶାନ୍ତ କରାଇବା ଲାଗି ପୁଲିସ ଉଦ୍ୟମ ଚଳାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories