www.samajalive.in
Saturday, December 6, 2025
16.1 C
Bhubaneswar

ସଚିନ-କୋହଲିଙ୍କ ନାମ ନେଇ ଭାରତକୁ ପ୍ରଶଂସା କଲେ ଟ୍ରମ୍ପ, କରତାଳିରେ କମ୍ପିଲା ମୋଟେରା ଷ୍ଟାଡିୟମ

ଅହମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅହମଦାବାଦସ୍ଥିତ ମୋଟେରା ଷ୍ଟାଡିୟମରେ ଉଦବୋଧନ ଦେବା ସମୟରେ ଏହାକୁ ଦୁନିଆର ସବୁଠୁ ବଡ଼ ଷ୍ଟାଡିୟମ ବୋଲି କହିଥିଲେ। ଏହି ଅବସରରେ ସେ ଭାରତର ୨ ଶ୍ରେଷ୍ଠ କ୍ରିକେଟ ତାରକାଙ୍କ ନାମ ନେଇଥିଲେ, ଯେଉଁମାନେ ବିଶ୍ଵ କ୍ରିକେଟରେ ଭାରତର ନାମକୁ ଊର୍ଦ୍ଧ୍ଵକୁ ନେଇଛନ୍ତି।

ଟ୍ରମ୍ପଙ୍କ ସ୍ବାଗତ ଲାଗି ସର୍ଦ୍ଦାର ପଟେଲ ଷ୍ଟାଡିୟମରେ କ୍ଷମତାଠାରୁ ଅଧିକ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା। ୧ ଲକ୍ଷ ୧୦ ହଜାରରୁ ଅଧିକ କ୍ଷମତା ଥିବା ଏହି ଷ୍ଟାଡିୟମକୁ ଦେଖି ଟ୍ରମ୍ପ ଖୁସିରେ ଗଦଗଦ ହୋଇପଡ଼ିଥିଲେ। ସେ କହିଥିଲେ, ଆଜି ମୁଁ ଦୁନିଆର ସବୁଠୁ ବଡ଼ କ୍ରିକେଟ ଷ୍ଟାଡିୟମରେ ଛିଡ଼ା ହୋଇଛି।

- Advertisement -

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋର ସ୍ବାଗତ କରିଛନ୍ତି। ଆଜିଠାରୁ ଭାରତ ଆମର ସବୁଠୁ ଗୁରୁତ୍ଵପୂର୍ଣ୍ଣ ବନ୍ଧୁ ହେବ। ଏହା ପରେ ସେ ଭାରତୀୟ କ୍ରିକେଟ ତାରକାଙ୍କ ନାମ ନେଇ କହିଥିଲେ ଯେ, ଭାରତ ଦୁନିଆକୁ ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କ ଭଳି ଖେଳାଳିଙ୍କୁ ଦେଇଛି। ଟ୍ରମ୍ପ ସଚିନ ଏବଂ ବିରାଟଙ୍କ ନାମ ନେବା କ୍ଷଣି ଉପସ୍ଥିତ ଲୋକଙ୍କ କରତାଳିରେ ଷ୍ଟାଡିୟମ କମ୍ପିଉଠିଥିଲା।

ଏହା ବ୍ୟତୀତ ଟ୍ରମ୍ପ କହିଥିଲେ, ଭାରତ-ଆମେରିକା ଆଜି ବନ୍ଧୁତ୍ଵ ସହିତ ବାଣିଜ୍ୟିକ କ୍ଷେତ୍ରରେ ଆଗକୁ ବଢ଼ୁଛି। ମୁଁ ଏବଂ ମେଲାନିଆ ଆଜି ମହାତ୍ମା ଗାନ୍ଧୀଙ୍କ ଆଶ୍ରମ ଗସ୍ତ କରିଛୁ, ଯେଉଁଠି ଗାନ୍ଧିଜୀ ଲବଣ ସତ୍ୟାଗ୍ରହର ଶୁଭାରମ୍ଭ କରିଥିଲେ। ଆଜି ଆମେ ତାଜମହଲ ବି ବୁଲିବାକୁ ଯିବୁ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories