www.samajalive.in
Saturday, December 6, 2025
26.1 C
Bhubaneswar

ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆମେରିକା ପାକିସ୍ତାନ ଉପରେ ଚାପ ପକାଇଛି: ଟ୍ରମ୍ପ

ଅହମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅହମଦାବାଦର ମୋଟେରା ଷ୍ଟାଡିୟମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଉଦବୋଧନ ଦେବା ସମୟରେ ଇସଲାମିକ ଷ୍ଟେଟ ଏବଂ ପାକିସ୍ତାନ ପ୍ରସଙ୍ଗ ଉଠାଇଥିଲେ। ଟ୍ରମ୍ପ କହିଥିଲେ, ଆମ ଦେଶ ଇସଲାମିକ ଆତଙ୍କବାଦର ଶିକାର ହୋଇଆସିଛି, ଯାହା ବିରୋଧରେ ଆମେ ଲଢ଼େଇ କରିଛୁ। ଆମେରିକା ନିଜ କାର୍ଯ୍ୟାନୁଷ୍ଠାନରେ ଆଇଏସଆଇଏକୁ ଧ୍ଵଂସ କରିଛି ଏବଂ ଅଲ୍‌ ବାଗଦାଦୀକୁ ନିହତ କରିଛି। ଆତଙ୍କବାଦ ବିରୋଧରେ ଆମେ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛୁ ଏବଂ ପାକିସ୍ତାନ ଉପରେ ବି ଚାପ ପକାଇଛୁ। ପାକିସ୍ତାନ ଉପରେ ଏହାର ସକାରାତ୍ମକ ପ୍ରଭାବ ମଧ୍ୟ ପଡ଼ିଛି। ପାକିସ୍ତାନକୁ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ହେବ। ସବୁ ଦେଶର ନିଜକୁ ସୁରକ୍ଷିତ ରଖିବାର ଅଧିକାର ରହିଛି। ଆମେରିକା ଏବଂ ଭାରତ ଆତଙ୍କବାଦକୁ ରୋକିବା ଏବଂ ସେମାନଙ୍କ ବିଚାରଧାରା ବିରୋଧରେ ଲଢ଼ିବା ପାଇଁ ଏକାଠି କାମ କରିବାକୁ ପ୍ରତିଶ୍ରୁତିବଦ୍ଧ।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories