www.samajalive.in
Sunday, December 14, 2025
14.1 C
Bhubaneswar

ପୁଣି ହାତୀ ଆକ୍ରମଣ : ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ପିପିଲି/ବଳଙ୍ଗା : ପିପିଲି ଓ ନିମାପଡା ଅଞ୍ଚଳରେ ହାତୀ ଆତଙ୍କ।  ପୁଣି ଆଉ ଜଣଙ୍କୁ ଦନ୍ତା ହାତୀ ଦଳି ମାରିଛି । ମୃତକ ଜଣଙ୍କ ନାମ ଅଜୟ କୁମାର ନାୟକ (୪୦)। ତାଙ୍କ ଘର ଦୂର୍ଗାଦାସପୁର ପଞ୍ଚାୟତ ଅନ୍ତର୍ଗତ ଜମାଲପୁର ଗ୍ରାମର ବୋଲି ଜଣାପଡ଼ିଛି । ଏହା ସହ ହାତୀ ମୃତ୍ୟୁ ସଂଖ୍ୟା ୪ କୁ ବୃଦ୍ଧି ପାଇଛି। ଗାଁ କୁ ପ୍ରଥମ ଥର ପାଇଁ ବଣୁଆ ହାତୀ ଆସିଥିବାରୁ ସ୍ଥାନୀୟଲୋକେ ଦେଖି ମଜା ନେଉଥିବା ବେଳେ। କିଛିଲୋକେ  ହାତୀ ଆକ୍ରମଣରେ ବଳି ପଡୁଛନ୍ତି। ଗ୍ରାମରେ ବନବିଭାଗ ଓ ପୁଲିସ ପକ୍ଷରୁ କଡ଼ା ବନ୍ଦୋବସ୍ତ କରାଯାଇଛି। ରାତିରେ ହାତୀଟି କେଉଁ ଦିଗକୁ ଗତି କରୁଛି ତାଉପରେ ନଜର ରଖାଯାଇଛି।

ସୂଚନା ଅନୁଯାୟୀ, ପୁରୀ ଜିଲାରେ ରବିବାର ସକାଳୁ ହାତୀଙ୍କ ଆତଙ୍କ ଦେଖାଯାଇଥିଲ। ପିପିଲି ବ୍ଲକର ଦାଣ୍ଡମୁକୁନ୍ଦପୁର ନିକଟବର୍ତ୍ତୀ ସଁପୁର ପଞ୍ଚାୟତର ରାଜତେଇ ଓ ନିକଟସ୍ଥ ଚନ୍ଦ୍ରାଦେଇପୁର ଗ୍ରାମରେ ହାତୀଙ୍କ ଉପଦ୍ରବ ସହ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ହୋଇଥିଲେ। ମୃତକ  ହେଲେ ରାଜତେଇ ଗାଁର ଚୈତନ୍ୟ ସାହୁ (୪୧) , ଚନ୍ଦ୍ରାଦେଇପୁର ପଞ୍ଚାୟତ ଅନ୍ତର୍ଗତ ମାଟିଘର ସାହିର ମକର ପଲେଇ ( ୬୨)। ଏହାସହ ଡେଲାଙ୍ଗ ଅଞ୍ଚଳରୁ ଆଜି ଭୋରରୁ ଦୁଇଟି ଦନ୍ତା ହାତୀ ଚାଲି ଆସିଥିବା ଜଣାପଡ଼ିଛି। ହାତୀ ଆକ୍ରମଣରେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ । ସେହିପରି ବଳଙ୍ଗା ଥାନା ଅନ୍ତର୍ଗତ ନିମାପଡ଼ା ବ୍ଲକ ଅଞ୍ଚଳରେ ହାତୀ ଆକ୍ରମଣରେ ରବିବାର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଥିଲେ। ମୃତକ ହେଲେ ଗୋପିନାଥପୁର ପଞ୍ଚାୟତ ତଥା ଗ୍ରାମର କିଶୋର ଜୁଗଳ ଭଟ୍ଟ(୬୨) । ଚନ୍ଦ୍ରାଦେଇପୁରୁ ପଞ୍ଚାୟତ ତଥା ଗ୍ରାମ ବେହେରା ସାହିର କାଳିଆ ବେହେରା(୪୫) ଏବଂ ଗୋପିନାଥପୁର ପଞ୍ଚାୟତ ତଥା ଗ୍ରାମର ବାବନ ପୃଷ୍ଟି(୬୦) , ହାଡିବନ୍ଧୁ ସାହୁ(୫୦) ,ତେରହଳ ଗ୍ରାମର ଛବି ଦେଇ (୪୭) ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି। ଘଟଣାସ୍ଥଳରେ ବନବିଭାଗ ଏବଂ ପୁଲିସଙ୍କୁ ମୁତୟନ କରାଯାଇଛି। ଏହାସହ ସରକାରଙ୍କ ତରଫରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଓ ଆହତଙ୍କୁ ୫ ହଜାର ଟଙ୍କା ମିଳିବା ନେଇ ସୂଚନା ମିଳିଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories