www.samajalive.in
Tuesday, December 9, 2025
23.1 C
Bhubaneswar

ଧର୍ମଗଡରେ ଭାରତ ବନ୍ଦ

ଧର୍ମଗଡ : କଳାହାଣ୍ଡି ଜିଲାର ଧର୍ମଗଡରେ ସଂରକ୍ଷଣ ବିରୁଦ୍ଧରେ ମାନ୍ୟବର ସୁପ୍ରିମ କୋର୍ଟ ଦେଇଥିବା ରାୟର ପ୍ରତିବାଦରେ ଶାନ୍ତିପୂର୍ଣ୍ଣଭାବେ ବନ୍ଦ ପାଳନ ହୋଇଯାଇଛି। ଭୀମ ଆର୍ମି ପକ୍ଷରୁ ଦେଇଥିବା ଭାରତ ବନ୍ଦ ପରିପ୍ରେକ୍ଷୀରେ ଏହାକୁ ସମର୍ଥନ ଜଣାଇ ଧର୍ମଗଡର ଏସସି,ଏସଟି.ଓବିସି,ବିଏମପି ସଂଗଠନ ସମେତ ବିଭିନ୍ନ ସଂଗଠନ ଏହି ବନ୍ଦରେ ସାମିଲ ହୋଇଥିଲେ। ଗତ କିଛି ଦିନ ତଳେ ମାନ୍ୟବର ସୁପ୍ରିମ କୋର୍ଟ କହିଥିଲେ ଚାକିରୀ ଓ ପ୍ରମୋଶନରେ ସଂରକ୍ଷଣ କୌଣସି ମୌଳିକ ଅଧିକାର ନୁହେଁ। ଏହା ରାଜ୍ୟ ଉପରେ ନିର୍ଭର। ଏହି ରାୟ ସମ୍ବିଧାନର ମୂଳଢ଼ାଂଚାକୁ ବିରୋଧ କରୁଥିବା ଦର୍ଶାଇ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ସମ୍ବିଧାନର ଧାରା ୧୪(୪-କ)ରେ ନିଯୁକ୍ତି ପରେ ପଦୋନ୍ନତିରେ ସଂରକ୍ଷଣ ପାଇଁ ବ୍ୟବସ୍ଥା ଥିବାବେଳେ ସୁପ୍ରିମ କୋର୍ଟର ଏଭଳି ରାୟ ଏଦେଶର କୋଟିକୋଟି ଏସସିଏସଟି ଓବିସିଙ୍କ ପ୍ରତି ଅନ୍ୟାୟ ହେବ ବୋଲି ସଂଗଠନ ଅଭିଯୋଗ କରିଛି। ସୁପ୍ରିମ କୋର୍ଟ ପ୍ରତ୍ୟେକ ନାଗରିକର ମୌଳିକ ଅଧିକାରକୁ ସୁରକ୍ଷା ଦେବା ବଦଳରେ ଏଭଳି ରାୟ ଦୁର୍ଭାଗ୍ୟଜନକ ବୋଲି ସଂଗଠନ ଅଭିଯୋଗ କରିଛି। ଏହାର ପ୍ରତିବାଦରେ ଆଇନଜୀବୀ ବନ୍ଦରେ ଜୟଦ୍ରଥ ମହାନନ୍ଦଙ୍କ ଆହ୍ୱାନକ୍ରମେ ଏହି ବନ୍ଦରେ ବିଭିନ୍ନ ସଂଗଠନ ପକ୍ଷରୁ ନିର୍ମଳ ଜାଲ,ସନ୍ତୋଷ ଜାଲ,କିରଟି ବିହାରୀ,ଦିଗାମ୍ବର ଦୂରିଆ,ଢ଼ଗ ନାଏକ,ଶ୍ୟାମସୁନ୍ଦର ମାଝି,ସତ୍ୟବାନ ନାଏକ,ରାମ ସେନାପତି,ହେରମ୍ବ ସେନାପତି,ଦେବାର୍ଚ୍ଚନ ସେଠିଆ,ବିଛେିମାତ୍ରାରେ ନାଦ ନାଏକ,ଧର୍ମପଦ ସୁନାନୀ,ଅଙ୍କିତ ସେଠିଆ,ମହେଶ୍ୱର ସୁନାନୀ,ଚକ୍ରଧର ବେଣୁପାଣି,ସୁଶାନ୍ତ କୁମାର ଜାଲ,ଗୋଲକ ସେଠିଆ,ମୁନା ସେନାପତି,ହରେଶ ଶଙ୍କର ଜାଲ,ସନ୍ତୋଷ ଜାଲ,ବେଣୁପାଣି ଦୁର୍ଗା,ରମେଶ ଦୁର୍ଗା,ଲବଣି ରାଉତ,ଶିବ ଦୁର୍ଗା,ଯୋଗେଶ ତାଣ୍ଡି,ଡେଭିଡ ବାଗ,ଗଣେଷ ବାଗ,ନିଳାଂଚଳ ସେଠିଆ,ଗଣେଷ ବାଗ,ଶ୍ରବଣ ବାଗ,ରମଣି ଜାଲ,ତିର୍ଥ ଧ.ମାଝି,ଦିଲୁ ମାଝି ପ୍ରମୂଖ ଏହି ବନ୍ଦରେ ସାମିଲ ଥିଲେ। ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭକାରୀ ମାନେ ଦିନ ୨ ଟା ପର୍ୟ୍ୟନ୍ତ ବନ୍ଦ ପାଳନ କରିଥିଲେ। ବନ୍ଦ ଯୋଗୁଁ ଜୀବନଯାତ୍ରା ବ୍ୟାହତ ହୋଇଥିବାବେଳେ ୨ଟା ପରେ ସ୍ୱାଭାବିକ ହୋଇଥିଲା।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories