www.samajalive.in
Saturday, December 6, 2025
26.1 C
Bhubaneswar

ତ୍ବଚାର ବନ୍ଧୁ ନଡ଼ିଆ ତେଲ

ଅନେକ ବର୍ଷ ତଳେ ଭାରତରେ ମଲ୍ ଓ ବଜାର ବୋଲି କୌଣସି ଚିହ୍ନବର୍ଣ୍ଣ ନଥିଲା। ନାମୀଦାମୀ କମ୍ପାନୀର କ୍ରିମ୍ ମଧ୍ୟ ବଜାରରେ ମିଳୁନଥିଲା। ଏହା ସତ୍ତ୍ବେ ସେ ସମୟରେ ଯୁବତୀ ଓ ମହିଳାମାନେ ନିଜ ସୌନ୍ଦର୍ଯ୍ୟ ଚର୍ଚ୍ଚା କରୁଥିଲେ। ନିଜ ସୌନ୍ଦର୍ଯ୍ୟକୁ ଅକ୍ଷୁଣ୍ଣ ରଖିବା ନିମନ୍ତେ ଯୁବତୀମାନେ ଶୁଦ୍ଧ ନଡ଼ିଆତେଲରେ ନିଜ ତ୍ବଚା ମାଲିସ୍ କରୁଥିଲେ। ଭିଟାମିନ୍ ଇରେ ଭରପୂର ନଡ଼ିଆତେଲ ତ୍ବଚାରେ ଲଗାଇଲେ ବିଶେଷ ଚମକ ଆସିଥାଏ। ବଜାରରେ ବର୍ତ୍ତମାନ ବିଭିନ୍ନ କମ୍ପାନୀର ନଡ଼ିଆତେଲ ମିଳୁଛି, ହେଲେ ସେସବୁ କେତେ ପରିମାଣରେ ଶୁଦ୍ଧ, ତାହାର ପ୍ରମାଣ ମିଳିନଥାଏ।

– ଶୁଷ୍କ ତ୍ବଚାରେ ପ୍ରତ୍ୟହ ନଡ଼ିଆ ତେଲ ମାଲିସ୍ କଲେ ତ୍ବଚା ଫାଟିନଥାଏ।

- Advertisement -

– ତ୍ବଚାରୁ ମେକଅପ୍ ବାହାର କରିବା ନିମନ୍ତେ ବଲିଉଡ ଓ ହଲିଉଡ ଅଭିନେତ୍ରୀମାନେ ନଡ଼ିଆତେଲ ହିଁ ବ୍ୟବହାର କରିଥାନ୍ତି। ହଲିଉଡ ଅଭିନେତ୍ରୀମାନେ ଭାରତରୁ ହିଁ ଲିଟରଲିଟର ନଡ଼ିଆତେଲ ମଗାଉଥିବାର ଜଣାପଡ଼ିଛି।

– ଯେ କୌଣସି ପ୍ୟାକରେ ୨-୩ ବୁନ୍ଦା ନଡ଼ିଆତେଲ ମିଶାଇ ତ୍ବଚାରେ ଲଗାନ୍ତୁ, ତ୍ବଚା ଉଜ୍ଜ୍ଵଳ ଦେଖାଯାଏ।

– ନଡ଼ିଆତେଲରେ ଥିବା ପ୍ରତିଷେଧକ ତତ୍ତ୍ବ କାରଣରୁ ତାହା ବ୍ରଣ ରୋକିବାରେ ସାହାଯ୍ୟ କରେ।

– କୁନି ଝିଅମାନଙ୍କୁ ନଡ଼ିଆତେଲରେ ପିଲାବେଳୁ ମାଲିସ୍ କରାଇଲେ, ସେମାନଙ୍କ ତ୍ବଚାରେ ସନ୍ ବର୍ଣ୍ଣ ହୁଏନାହିଁ। ତେବେ ଶୁଦ୍ଧ ନଡ଼ିଆତେଲର ପ୍ରୟୋଗର ଆବଶ୍ୟକତା ରହିଛି।

– ନିୟମିତ ତ୍ବଚାରେ ନଡ଼ିଆ ତେଲ ମାଲିସ୍ କଲେ ତ୍ବଚାରେ ବୟସର ଛାପ ପଡ଼େନାହିଁ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories