www.samajalive.in
Saturday, December 6, 2025
26.1 C
Bhubaneswar

ବିଦ୍ୟୁତ ଚାଳିତ ଯାନ ଚଳାଚଳ ନୀତି ଲାଗୁ କରିବାରେ କେନ୍ଦ୍ରର ଅବହେଳା: ଗଡ଼କରୀଙ୍କ ସହ ଆଲୋଚନା କରିବେ ସିଜେଆଇ

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ଉପରେ ଅଙ୍କୁଶ ଲଗାଇବା ପାଇଁ ପ୍ରଧାନ ବିଚାରପତି(ସିଜେଆଇ) ଏସ.ଏ. ବୋବଡେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ସହିତ ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସମସ୍ତ ସାଧାରଣ ପରିବହନ ଏବଂ ସରକାରୀ ଯାନକୁ ଏକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବିଦ୍ୟୁତ ଚାଳିତ ଯାନରେ ପରିଣତ କରିବା ଲାଗି କେନ୍ଦ୍ର ସରକାରଙ୍କ ନୀତି ସମ୍ପର୍କିତ ପ୍ରସଙ୍ଗ ଉପରେ ସେ ଆଲୋଚନା କରିବେ ବୋଲି ପ୍ରଧାନ ବିଚାରପତି ବୁଧବାର କହିଛନ୍ତି।

ସେଣ୍ଟର ଫର ପବ୍ଲିକ ଇଣ୍ଟରେଷ୍ଟ ଲିଟିଗେଶନ(ସିପିଆଇଏଲ) ଦ୍ବାରା ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଏକ ମାମଲାର ଶୁଣାଣି ସମୟରେ ପ୍ରଧାନ ବିଚାରପତି ଏହା କହିଛନ୍ତି। ଦେଶରେ ଚଳାଚଳ କରୁଥିବା ସାଧାରଣ ପରିବହନ ଏବଂ ସରକାରୀ ଯାନଗୁଡ଼ିକୁ ଧୀରେ ଧୀରେ ବିଦ୍ୟୁତ ଚାଳିତ ଯାନରେ ପରିବର୍ତ୍ତନ କରିବାକୁ ପିଟିଶନରେ ଦାବି କରାଯାଇଥିଲା। ବାୟୁ ପ୍ରଦୂଷଣ ଏବଂ ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗମନ ଉପରେ ଲଗାମ ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କର ରହିଥିବା ନୀତିକୁ କାର୍ଯ୍ୟକାରୀ କରିବା ଲାଗି ସିପିଆଇଏଲ ପକ୍ଷରୁ ଅନୁରୋଧ କରାଯାଇଥିଲା। ଗତ ଜାନୁୟାରୀରେ ସୁପ୍ରିମକୋର୍ଟ ଏହାର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିବା ସହିତ ଜବାବ ରଖିବାକୁ ନିର୍ଦେଶ ଦେଇଥିଲେ। ପ୍ରଧାନ ବିଚାରପତି ବୋବଡେ, ବିଚାରପତି ବି.ଆର. ଗୱଇ ଏବଂ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନିର୍ଦେଶ ଦେଇଥିଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories