www.samajalive.in
Saturday, December 6, 2025
26.1 C
Bhubaneswar

କରୋନା ସଂକ୍ରମିତଙ୍କ ସହ ଜାପାନୀ ଜାହାଜରେ ଫସିଛନ୍ତି ଓଡ଼ିଆ ଇଞ୍ଜିନିୟର

ବ୍ରହ୍ମପୁର: ଜାପାନର ୟୋକୋହମା ବନ୍ଦରରେ ଅଟକି ଥିବା ଜାହାଜରେ ଫସି ରହିଛନ୍ତି ଜଣେ ଓଡ଼ିଆ ଇଞ୍ଜିନିୟର। ତାଙ୍କୁ ଉଦ୍ଧାର କରିବାକୁ ତାଙ୍କ ବାପା ରାଜ୍ୟ ସରକାର ଓ ଭାରତ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି। ସେ ହେଉଛନ୍ତି ବ୍ରହ୍ମପୁରର ଶିବାଶିଷ ନାୟକ। ଶିବାଶିଷ ନିଜେ ମଧ୍ୟ ଏକ ଭିଡିଓ ମାଧ୍ୟମରେ ତାଙ୍କୁ ଉଦ୍ଧାର କରିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି। ତାଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ ମଧ୍ୟ କ’ଣ ପାଇଁ ଜାପାନ ସରକାର ତାଙ୍କୁ ଜାହାଜରେ ଅଟକ ରଖିଛନ୍ତି ସେ ନେଇ ଭାରତ ସରକାରଙ୍କୁ ହସ୍ତକ୍ଷେପ କରିବା ପାଇଁ ଶିବାଶିଷ ଓ ପରିବାର ଲୋକ ଅନୁରୋଧ କରିଛନ୍ତି।

ଉଲ୍ଲେଖଯୋଗ୍ୟ, କରୋନା ଆକ୍ରାନ୍ତ ସନ୍ଦେହରେ ଜାହାଜରେ ଥିବା ପ୍ରାୟ ୩୬୦୦ ଯାତ୍ରୀ ଓ ଜାହାଜ କର୍ମଚାରୀଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ଜୀବନ ଏବେ ବିପଦରେ ରହିଛି। କାରଣ ସେମାନଙ୍କ ମଧ୍ୟରୁ ୧୭୪ଜଣ କରୋନା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ଜାହାଜରେ ୧୬୮ ଜଣ ଭାରତୀୟ ରହିଛନ୍ତି। ସେମାନଙ୍କ ମଧ୍ୟରେ ଶିବାଶିଷ ମଧ୍ୟ ଫସି ରହିଛନ୍ତି। ସେମାନଙ୍କୁ ଜାହାଜ ବାହାରକୁ ଛଡ଼ା ଯାଉ ନ ଥିବା ସେ ଅଭିଯୋଗ କରିଛନ୍ତି। ତେବେ ଜାପାନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଯୋଗାଯୋଗ କରାଯାଉଥିଲେ ମଧ୍ୟ କେବେ ଉଦ୍ଧାର ହେବେ ସେ ନେଇ ଶିବାଶିଷ ଚିନ୍ତିତ ଅଛନ୍ତି। ଜାହାଜର କ୍ରିଉ କ୍ୟାବିନ ଭିତରେ ଅନ୍ୟ ୬ଜଣଙ୍କ ସହ ସେ ଫସି ରହିଥିବା ସୂଚନା ଦେଇଛନ୍ତି।

- Advertisement -

ଅନ୍ୟପକ୍ଷରେ, ଶିବାଶିଷଙ୍କ ବାପା ଲିଙ୍ଗରାଜ ନାୟକ କହିଛନ୍ତି, ‘‘ପୁଅ କମ୍ପାନୀ କାମରେ ଯାଇଥିଲା। ୧୪ ଦିନ ହେଲା ଜାହାଜରେ ଫସି ରହିଛି। ତାର ରିପୋର୍ଟ ନେଗେଟିଭ ଆସିବା ପରେ ମଧ୍ୟ ତାକୁ କାହିଁକି ଛାଡୁନାହାନ୍ତି ଜଣାପଡୁନି। ମୋ ପୁଅର କିଛି କ୍ଷତି ହେବା ପୂର୍ବରୁ ସରକାର ତାକୁ ତୁରନ୍ତ ଓଡ଼ିଶା ଫେରାଇ ଆଣନ୍ତୁ’’ ବୋଲି ସେ ଅନୁରୋଧ କରିଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories