www.samajalive.in
Saturday, December 6, 2025
23.1 C
Bhubaneswar

ଶିବରାତ୍ରୀ : ମନସ୍କାମନା ପୂରଣ ଓ ପ୍ରଭୁଙ୍କ ଆଶୀର୍ବାଦ ପାଇଁ ଆପଣାନ୍ତୁ ଏହି ନିୟମ

ଚଳିତ ବର୍ଷ ମହାଶିବରାତ୍ରୀ ପର୍ବ ଶୁକ୍ରବାର, ଫେବୃଆରୀ ୨୧। ଏହି ଦିନ ପ୍ରଭୁ ଶିବଶଙ୍କରଙ୍କୁ ନୀତିନିୟମ ଅନୁଯାୟୀ ବିଶେଷ ଭାବେ ପୂଜାର୍ଚ୍ଚନା , ଜପ, ରୁଦ୍ରାଭିଷେକ କରିବା ଦ୍ୱାରା ଅକ୍ଷୟ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ। ଏହାସହ ଶିବଙ୍କ ଉପାସନରେ ବେଲପତ୍ରର ମଧ୍ୟ ଖୁବ ମହତ୍ତ୍ୱ ରହିଛି। ନିଜ ମନସ୍କାମନା ପୂରଣ ପାଇଁ ଏହି ଦିନ ଶିବଲିଙ୍ଗରେ କିଛି ବିଶେଷ ଦ୍ରବ୍ୟ ଅର୍ପଣ କରିବାର ମଧ୍ୟ ପରମ୍ପରା ରହିଛି। ଜାଣନ୍ତୁ….
– ଶିବ ପୁରାଣରେ ବର୍ଣ୍ଣନା କରାଯାଇଛି, ତିନିଟିଆ ବେଲପତ୍ର ଅର୍ପଣ କଲେ ତିନି ଜନ୍ମର ପାପ କ୍ଷୟ ହୋଇଥାଏ।
– ଶିବରାତ୍ରୀ ଦିନ ରୁଦ୍ରାଭିଷେକ ଓ ପ୍ରଭୁଙ୍କୁ ପୂଜା କରିବା ଦ୍ୱାରା ଜୀବନରେ ବହୁ ଶାନ୍ତି ପ୍ରାପ୍ତି ହେବା ସହ କାଳସର୍ପ ଦୋଷରୁ ମୁକ୍ତି ମିଳିଥାଏ।
– ଯେଉଁମାନଙ୍କର ମାନସିକ ଅଶାନ୍ତି, ଅସ୍ଥିରତା, ଦୁଶ୍ଚିନ୍ତା ଆଦି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରଭୁ ଶିବଶଙ୍କରଙ୍କୁ ଶ୍ରଦ୍ଧାପୂର୍ବକ ଅଭିଷେକ କରିବା ଦ୍ୱାରା ଉତ୍ତମ ଫଳ ପ୍ରାପ୍ତି ହୋଇଥାଏ।
ମନସ୍କାମନା ପୂରଣ ପାଇଁ ପ୍ରଭୁଙ୍କୁ ଅର୍ପଣ କରନ୍ତୁ ଏହି ଦ୍ରବ୍ୟ….
– ସ୍ୱାସ୍ଥ୍ୟ ଓ ସମୃଦ୍ଧି ପାଇଁ ପଞ୍ଚାମୃତରେ ପ୍ରଭୁ ଶିବଶଙ୍କରଙ୍କୁ ଅଭିଷେକ କରନ୍ତୁ।
– ଧନ ପ୍ରାପ୍ତି ପାଇଁ ଆଖୁରସରେ ପ୍ରଭୁଙ୍କୁ ଅଭିଷେକ କରନ୍ତୁ।
– ମାନସିକ ଏକାଗ୍ରତା ପାଇଁ କ୍ଷୀରରେ ଅଭିଷେକ କରନ୍ତୁ।
– ଉତ୍ତମ ଜୀବନ ସାଥି (ବର) ପାଇଁ ଜଳରେ କେସର ମିଶାଇ ଅଭିଷେକ କରନ୍ତୁ।
– ଉତ୍ତମ ଜୀବନ ସାଥି (କନ୍ୟା) ପାଇଁ ଦହିରେ ଅଭିଷେକ କରନ୍ତୁ।
– ସୁଖସମୃଦ୍ଧି ପାଇଁ ଗଙ୍ଗା ଜଳରେ ଅଭିଷେକ କରନ୍ତୁ।
– କାଳସର୍ପ ଦୋଷରୁ ମୁକ୍ତି ପାଇବା ପାଇଁ ରାଶି ଓ ଚନ୍ଦନ ଯୁକ୍ତ ଜଳରେ ଅଭିଷେକ କରନ୍ତୁ।
– ଶନିଙ୍କ ଦୋଷରୁ ମୁକ୍ତି ପାଇଁ ରାଶିରେ ଅଭିଷେକ କରନ୍ତୁ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories