ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସିବେ। ଏହି ଅବସରରେ ତାଙ୍କୁ ସ୍ବାଗତ କରିବା ଲାଗି ଗୁଜରାଟର ଅହମ୍ମଦାବାଦ ବିମାନବନ୍ଦରରୁ ମୋଟେରା ଷ୍ଟାଡିୟମ ମଧ୍ୟରେ ୭୦ ଲକ୍ଷ ଲୋକ ଉପସ୍ଥିତ ରହିବେ। ତେବେ ସରକାରଙ୍କ ଏହି ପ୍ରସ୍ତୁତିକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଟ୍ରମ୍ପ କ’ଣ ଭଗବାନ କି ବୋଲି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ଟ୍ରମ୍ପ ନିଜର ହିତ ସାଧନ ପାଇଁ ଭାରତ ଆସୁଛନ୍ତି। ସେ ଭାରତର ହିତ ଦେଖିବେ ନାହିଁ। ତାଙ୍କୁ ୭୦ ଲକ୍ଷ ଲୋକଙ୍କ ଦ୍ବାରା ସ୍ବାଗତ କରାଇବା କ’ଣ ଜରୁରୀ ବୋଲି ଅଧୀର ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ, ଭାରତ ଗସ୍ତ ପୂର୍ବରୁ ଟ୍ରମ୍ପ ନିଜ ଦେଶର ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ ଯେ, ଭାରତ ଆମେରିକା ସହିତ ଭଲ ବ୍ୟବହାର କରିନାହିଁ। ତଥାପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ପସନ୍ଦ।



